Tuesday , August 20 2019
Breaking News
Home / ସ୍ୱାସ୍ଥ୍ୟ / ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଦିନ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଶ୍ରୀ ରାଓଙ୍କ ଚିକିତ୍ସା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । କଟକ ନିବାସୀ ଶ୍ରୀ ରାଓ ଜଣେ ନିୟମିତ ରକ୍ତଦାତା ଓ ବିଶିଷ୍ଟ ସମାଜସେବୀ ଭାବେ ଜଣାଶୁଣା । ନିକଟରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କଟକ ଗସ୍ତ ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଥିଲେ । ତିନିଦିନ ତଳେ ଶ୍ରୀ ରାଓ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏସସିବି ଆଇସିୟୁରେ ଭର୍ତିିର୍ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ବରିଷ୍ଠ ଡାକ୍ତରୀଦଳ ୨୪ ଘଂଟିଆ ନଜର ରଖିଛନ୍ତି । ଶ୍ରୀ ରାଓ ମେଡିକାଲରେ ଭର୍ତି ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସ୍ୱାସ୍ଥାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିବା ସହିତ ସମସ୍ତ ଚିକିତ୍ସାଖର୍ଚ୍ଚ ରାଜ୍ୟ ସରକାର ବହନ କରିବାପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମେଡିକାଲ କଲେଜର ହୃଦ, ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ସମୀକ୍ଷା

ଭୁବନେଶ୍ୱର , ୧୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-  ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ …

Leave a Reply

Your email address will not be published. Required fields are marked *