Thursday , September 19 2019
Breaking News
Home / ଶିକ୍ଷା / ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ଜାଲିଆତି ଅଭିଯୋଗ

ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ଜାଲିଆତି ଅଭିଯୋଗ

ଏଡିଏମଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା୧୨/୦୯/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦିନକୁଦିନ ବେଆଇନ ନିଯୁକ୍ତି ଓ ଗୁରୁର ଅନୀୟମିତତା ସମ୍ପର୍କରେ ତଥ୍ୟ ମିଳିବାରେ ଲାଗିଛି । ପ୍ରଥମେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜଣେ କିରାଣୀକୁ ଦୁଇ ଦୁଇ ଥର ନିଯୁକ୍ତି ପ୍ରଦାନକରି ଏକକାଳିନ  ଏକମାତ୍ର କଲେଜର ଷ୍ଟାଫ ଭାବରେ ତାଙ୍କୁ ୫୬ହଜାର ୪୩୯ଟଙ୍କା ଦରମା  ପ୍ରଦାନ କରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ  ପାଲଟିଥିବା ବେଳେ ଦ୍ୱିତୀୟରେ କଲେଜ ପାଠାଗାର ନିମନ୍ତେ ବହି କିଣିବାକୁ  ୨ ମାସ ମଧ୍ୟରେ ଦୁଇ ଦୁଇ ଥର ୭୦ହଜାର କରି ଏକଲକ୍ଷ ୪୦ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରିବାକୁ ଅଧ୍ୟକ୍ଷାଙ୍କ ବେଆଇନ ମଞ୍ଜୁରୀ  ନିର୍ଦେଶ ପରେ ତୃତୀୟରେ  ୬ଜଣ କିରାଣିଙ୍କ ନିଯୁକ୍ତି ସାକ୍ଷାତକାର ନିମନ୍ତେ କଲେଜ ପକ୍ଷରୁ ଡକାଯାଇଥିବା ଏକ୍ସପୋର୍ଟ ଅଧ୍ୟାପକ ଓ  ତାଙ୍କ ଦ୍ୱାରା  ୬ଜଣ କିରାଣି ପ୍ରାର୍ଥୀଙ୍କ ସାକ୍ଷାତକାର କରାଯାଇ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କଲେଜରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଏବେ ସଂପୃକ୍ତ ଏକ୍ସପୋର୍ଟ ଅଧ୍ୟାପକ ଡି.କେ.ଭୂୟାଁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଏଭଳି କୈାଣସି  ସାକ୍ଷାତକାରରେ ଏକ୍ସପୋର୍ଟ ଭାବେ ଯୋଗଦେଇନାହାନ୍ତି ବୋଲି  କହିବା ଘଟଣା  ସାଧାରଣରେ ଚାଚଂଲ୍ୟ  ଖେଳାଇ ଦେଇଛି  ।    ପୁଣି ସେହି ମହିଳା କଲେଜରେ  ଜଣେ ଅଧ୍ୟାପିକାଙ୍କୁ ୫ଥର ନିଯୁକ୍ତି ଓ ସେ  ପାଂଚ ଥର ଯୋଗଦାନ କରିଥିବା ଭଳି ତଥ୍ୟ କଲେଜରେ ତଦନାନ୍ତିନ କଲେଜ ଅଧ୍ୟକ୍ଷ ବିପିନ ବିହାରି ବାରିକ  କିଭଳି  ଅନୀୟମିତତା  ଓ ମନମୁଖି ରାଜ  ଚଳାଇଥିଲେ ତାହା ସାମନାକୁ ଆସିଛି  ।  ଏବେ ସେହି କଲେଜ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଯୋଗଦାନରେ ଜାଲିଆତି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ସଚେତନ ନାଗରିକମାନେ ସେହି ଦାବିପତ୍ରରେ ସୂଚନା ଅଧିକାର ଆଇନରେ ପ୍ରାପ୍ତ ତଥ୍ୟ ଅନୁଯାଇ ଅଭିଯୋଗ କରିଛନ୍ତି ଯେ ବର୍ତମାନର କଲେଜ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଯୋଗଦାନକୁ ଜାଲିଆତି କରାଯାଇଛି । କାରଣ ବର୍ତମାନର ଅଧ୍ୟକ୍ଷାଙ୍କ ପୂର୍ବରୁ କଲେଜର ଶିକ୍ଷା ବିଭାଗରେ ଗୀତା ଦାସ ନାମକ ଜନୈକ ଅଧ୍ୟାପିକାଙ୍କୁ ପରିଚାଳନା କମିଟି ପକ୍ଷରୁ ଗତ ୧୯୮୮ମସିହା ଅଗଷ୍ଟମାସ ୨ତାରିଖର ପତ୍ର ସଂଖ୍ୟା -୫ରେ ନିଯୁକ୍ତି ଦିଆଯାଇଥିବାବେଳେ ସେ କଲେଜରେ ୧୯୮୮ମସିହା ଅଗଷ୍ଟମାସ ୧୭ତାରିଖରେ ଯୋଗଦାନ କରିଥିଲେ । କିନ୍ତୁ ସେ ୧୯୯୨ମସିହା ଜୁଲାଇମାସ ୪ତାରିଖରେ ତାଙ୍କର ଇସ୍ତଫାପତ୍ର କଲେଜକୁ ପ୍ରଦାନ କରିଥିବା ବେଳେ ତାହା ୧୯୯୨ମସିହା ଜୁଲାଇମାସ ୨୯ତାରିଖ ଅପରାହ୍ନ ସାଢେ ୩ଟା ସମୟରେ ଅନୁଷ୍ଠିତ କଲେଜ ପରିଚାଳନା କମିଟି ଅଧିବେସନରେ ଗୃହିତ କରାଯାଇ ଶିକ୍ଷା ବିଭାଗରେ ନୂତନ ଅଧ୍ୟାପକ ନିଯୁକ୍ତି କରାଯିବାକୁ ସମ୍ପାଦକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ ଏଠାରେ ପ୍ରଶ୍ନ ଉଠେଯେ ଠିକ ସେହିଦିନ ଅର୍ଥାତ ୧୯୯୨ମସିହା ଜୁଲାଇମାସ ୨୯ତାରିଖରେ ବିନା ବିଜ୍ଞାପନ ଓ କଲେଜ ପରିଚାଳନା କମିଟି ଅଧିବେସନରେ ଉଲ୍ଲେଖ କରାନଯାଇ କିଭଳି ବର୍ତମାନର କଲେଜ ଅଧ୍ୟକ୍ଷାଙ୍କୁ ନିଯୁକ୍ତି ପ୍ରଦାନ କରାଗଲା ଓ ସେ ସେହିଦିନ କଲେଜରେ ଯୋଗଦାନ କଲେ ତାହା ସନ୍ଦେହ ଘେରକୁ ଟାଣିହୋଇଯାଉଛି । ଏହି ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ  ଦାବିକରାଯାଇଛି । ଆହୁରି ଅଭିଯୋଗ କରାଯାଇଛି ଯେ କଲେଜର ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବାରିକଙ୍କ ଦ୍ୱାରା କଲେଜର ବର୍ତମାନର ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ଯୋଗଦାନକୁ ଚଂଚକତା କରାଯାଇ ବଦଳାଯିବା ସହ ୧୯୯୪ମସିହା ଜୁନ ମାସରେ କଲେଜରେ ଯୋଗଦେଇଥିବା ବର୍ତମାନର ଅଧ୍ୟକ୍ଷାଙ୍କୁ ପିଛିଲା ଭାବେ ୧୯୯୨ମସିହା ଜୁଲାଇମାସ ୨୯ତାରିଖରୁ ଦରମା ପ୍ରଦାନ କରାଯାଇ ସେ ବାବଦରେ ୪୦ଲକ୍ଷରୁ ଉଦ୍ଧ୍ୱର୍ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଛି ବୋଲି ଅଭିଯୋଗ ହୋଇଛି ।ଏତଦବ୍ୟତିତ ୨୦୧୫ମସିହାରେ ବର୍ତମାନର କଲେଜ ଅଧ୍ୟକ୍ଷାଙ୍କୁ ଜି.ଆଇ.ଷ୍ଟାଫ ଭାବରେ ଅନୁମୋଦନକରାଯାଇ  ପୂର୍ବ ବକେୟା ପ୍ରଦାନ କରାଯିବା ଓ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଆଇନକାନୁନକୁ ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ବାରିକଙ୍କ ଦ୍ୱାରା ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି । କଲେଜରେ ଅନେକ ଜାଲିଆତିକରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀ ବାରିକ ୨୦୧୬ମସିହାରେ କଲେଜରୁ ଅବସର ନେବା ପରେ ପୁଣି କେଉଁ କାରଣରୁ ବର୍ତମାନର କଲେଜ ଅଧ୍ୟକ୍ଷା ତାଙ୍କୁ କଲେଜ ଷ୍ଟାଫ ଆକୁ୍ୟଟାନ୍ସ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପ୍ରଦାନ କରିଛନ୍ତି ଯାହା ଅଦ୍ୟାବଧି କଲେଜକୁ ଫେରିନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହିସବୁ ଘଟଣାର ତଦନ୍ତ କରାଯିବାକୁ ଆବେଦନକାରୀ ଶଚିତାନନ୍ଦନ ଦାସ,ପ୍ରଫୁଲ୍ଲ କୁମାର ଦାଶ,ନାରାୟଣ ଦାସ,ଅରିକ୍ଷୀତ ପାତ୍ର,ପ୍ରତାପ ପାଢୀ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ଦାବିପତ୍ରକୁ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *