Saturday , December 7 2019
Home / ପର୍ଯ୍ୟଟନ ଓ ସଂସ୍କୃତି / ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ

ପଟ୍ଟାମୁଣ୍ଡାଇରେ ବୋଇତ ବନ୍ଦାଣ ଉତ୍ସବ

ପଟ୍ଟାମୁଣ୍ଡାଇ, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୮ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଗୋପିବଲ୍ଲଭ ନାୟକ ଏଥିରେ ପୌରୋହିତ୍ୟ କରଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ଏଥିରେ ଅତିଥି ଭାବେ ଯୋଗ ଦେଇ ଥିଲେ । ପର୍ଯ୍ୟଟନ ଶିଳ୍ପର ବିକାଶ କରିବା ସହିତ ଭିତରକନିକା ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବିଧାୟକ ସୂଚନା ଦେଇଥିଲେ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିଲେ । ବୋଇତ ବନ୍ଦାଣ ପାଇଁ ସ୍ଥାୟୀ ମଂଚ ନିମନ୍ତେ ସାଂସଦ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ସାଂସଦ ଶ୍ରୀମହାନ୍ତି ଘୋଷଣା କରିଥିଲେ । ଏହି ସଭାରେ ରାଜ୍ୟସ୍ତରୀୟ ସାମ୍ବାଦିକ ଅସୀମ ଅମିତାଭ ଦାସ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା ସମ୍ମାନିତଅତିଥି ଭାବେ ଯୋଗଦେଇ ପଟ୍ଟାମୁଣ୍ଡାଇର ପରମ୍ପରାର ଋଦ୍ଧିମନ୍ତ କରିବା ସହିତ ବିକାଶଧାରାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରମେଶ ଚନ୍ଦ୍ର ଜେନା ପ୍ରାଚୀନ ପରମ୍ପରାର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ରାଜ୍ୟ ବିଜୁ କୃଷକ ସାମ୍ମୁଖ୍ୟ ସାଧାରଣସଂପାଦକ ଡା. ଗଦାଧର ମଲ୍ଲିକ, ରାଜ୍ୟ ଛାତ୍ର ବିଜେଡି ସାଧାରଣସଂପାଦକ ପ୍ରତାପ ଦାସ, ସାଂସଦ ପ୍ରତିନିଧି ଆଲୋକ କୁମାର ସାହୁ, ପ୍ରଫେସର ବୈଷ୍ଣବ ଚରଣ ସିଂହ, ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ଶିକ୍ଷକନେତା ସୁରେଶ କୁମାର ଜେନା, ଶିକ୍ଷାବିତ ରାଜକୁମାର ବିଶ୍ୱାଳ, କବି ସଚିତ୍ର ବେହୁରା, କବୟତ୍ରୀ ଆରାଧନା ଦାଶ, ଶିକ୍ଷାବିତ ଶ୍ରୀଧର ରାଉତ, ଶିକ୍ଷକନେତା ବିଜୟ କୁମାର ସାହୁ, ଯୁବନେତା ସାଲୁଟ ସାହୁ ପ୍ରମୁଖ ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରତିଷ୍ଠା ସହ ଅଞ୍ଚଳର ବିକାଶ ସଂପର୍କରେ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବୋଇତ ବନ୍ଦାଣ ଉତ୍ସବର ସ୍ରଷ୍ଟା ସ୍ତମ୍ଭକାର ଦିବାକର ବିଶ୍ୱାଳଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ବିକାଶ ପରିଷଦ ସଂପାଦକ ଗୋପିନାଥ ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରି ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସମାଜସେବୀ ବାବାଜି ପରିଡା ସ୍ୱାଗତଭାଷଣ ଓ ସାମ୍ବାଦିକ ଚିତରଂଜନ ମଲ୍ଲିକ ଅତିଥିପରିଚୟ ପ୍ରଦାନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ସାଂସଦ ଓ ବିଧାୟକ ମାନପତ୍ର ପ୍ରଦାନ କରିଥିଲେ । ନବକିଶୋର ପଣ୍ଡା, କୃପାସିନ୍ଧୁ ନାୟକ, ଆଡଭୋକେଟ ପ୍ରମୋଦ କୁମାର ସାହୁ, ଶରତ ବିଶ୍ୱାଳଙ୍କ ସଂଯୋଜନାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗିରିଜା ଶଙ୍କର ସାମଲ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *