Tuesday , January 28 2020
Breaking News
Home / କୃଷି / ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ଅଭିଯୋଗ

ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ଏକ ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସୋମବାର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତର ବଘାଳୋ ଗ୍ରାମର ଭିନ୍ନ ଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ବଘାଳୋ ଗ୍ରାମରେ ଥିବା ଏକ ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ହୋଇଛି । ସଂପୃକ୍ତ ପୋଖରୀ ନିଲାମ କରାଯିବା ପୂର୍ବରୁ ସେ ସମ୍ପର୍କରେ ସର୍ବ ସାଧାରଣରେ ନୋଟିସ ପ୍ରଦାନ କରାନଯାଇ ଗ୍ରାମର ନିର୍ଦ୍ଧିଷ୍ଟ ଏକ  ସ୍ୱୟଂ ସହାୟିକା ଗୋଷ୍ଠିକୁ ଅତ୍ୟନ୍ତ ନିମ୍ନ ମୂଲ୍ୟରେ ପୋଖରୀକୁ ନିଲାମ ଦିଆଯାଇଛି । ଗ୍ରାମରେ ୮ଟି ସ୍ୱୟଂ ସହାୟିକା ଗୋଷ୍ଠି ଥିବା ବେଳେ କାହାକୁ କିଛି ନଜଣାଇ ଏଭଳି ଲୁଚାଛପାରେ ପୋଖରୀ ନିଲାମ ଦିଆଯାଇଛି । ଏ ସମ୍ପର୍କରେ ସେମାନେ ଡେରାବିଶ ବ୍ଲକ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ ସେମାନେ ଆସନ୍ତା ୧୮ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବଘାଳୋ ଗ୍ରାମର ସୁଚିସ୍ମିତା ବରାଳ, ପ୍ରମିଳା ପ୍ରଧାନ, ମଞ୍ଜୁଲତା ପ୍ରଧାନ, ତିଳୋତମା ବରାଳ, ପୁଷ୍ପଲତା ପ୍ରଧାନ, ସେବତୀ ବରାଳ, ସୁଜାତା ବେହେରା ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମୁଖୀଗୁଡା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ

କଳାହାଣ୍ଡି,୧୯/୦୧/୨୦୨୦(ଓଡ଼ିଶା ସମାଚାର/ସଂଜୟ କୁମାର ସିଂ)-ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ …

Leave a Reply

Your email address will not be published. Required fields are marked *