Monday , December 16 2019
Breaking News
Home / ଶିକ୍ଷା / ପଂଚାୟତ ନାଗମଣୀ ହାଇସ୍କୁଲରେ ପୋଷାକ ଓ ଜୋତା ବଂଟନ ଉତ୍ସବ

ପଂଚାୟତ ନାଗମଣୀ ହାଇସ୍କୁଲରେ ପୋଷାକ ଓ ଜୋତା ବଂଟନ ଉତ୍ସବ

ଗରଦପୁର, ୦୧/୧୨/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁରସ୍ଥିତ ପଂଚାୟତ ନାଗମଣୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗତ କାଲି ପୋଷାକ ଓ ଜୋତା ବଂଟନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ‘ଶାନ୍ତି ମୈତ୍ରୀ’ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷ ତଥା ସମାଜସେବୀ ଭଗବାନ ଜେନା ଉପସ୍ଥିତ ରହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଂଟନ କରିଥିଲେ । ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ପ୍ରତାପ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ,ଶିକ୍ଷକ ସୁରେଶ ଚନ୍ଦ୍ର ପାଣି ଧନ୍ୟବାଦ ଦେଇଥିଲେ । ପ୍ରକାଶ ଯେ, ଏହି ବିଦ୍ୟାଳୟ ବ୍ଲକ୍ ଗ୍ରାଂଟ (ନୂତନ ଅନୁଦାନ ନିୟମ)ପରିସରଭୁକ୍ତ କରାଯାଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ପୋଷାକ ଓ ଜୋତା ଯୋଗାଇ ଦିଆଯାଇ ନ ଥିଲା । ଫଳରେ ‘ଶାନ୍ତି ମୈତ୍ରୀ’ ସଂଗଠନର ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ସାହାଯ୍ୟ ଓ ବିଦ୍ୟାଳୟର କର୍ମଚାରୀ,ଶିକ୍ଷକ/ଶିକ୍ଷୟତ୍ରୀମାନେ କିଛି ଅର୍ଥ ଆଦାୟ କରି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଂଟନ କରିଥିବା ବିଦ୍ୟାଳୟ ସୂତ୍ରରୁ ଜଣାଯାଇଛି । ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *