Wednesday , December 11 2019
Breaking News
Home / ବିଶେଷ / ପଂଚାୟତିରାଜ ବିଭାଗରୁ ୨୩ ଲାଂଚ ଅଭିଯୁକ୍ତ ଗିରଫ

ପଂଚାୟତିରାଜ ବିଭାଗରୁ ୨୩ ଲାଂଚ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-  ୨୦୧୨ ମସିହା ପରଠାରୁ ଏପର୍ଯ୍ୟନ୍ତ ପଂଚାୟତିରାଜ ବିଭାଗରେ ବିଭିନ୍ନ ପଦବୀରେ କାମ କରୁଥିବା ମୋଟ ୨୩ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ଲାଂଚ କାରବାର ଅଭିଯୋଗରେ ଗିରଫ କରାଯାଇଛି । ସେହିପରି ଏହି ବିଭାଗ ଅଧିନସ୍ଥ ମୋଟ ୩ ଜଣ ଲୋକ ପ୍ରତିନିଧିଙ୍କୁ ମଧ୍ୟ ପିସି କାରବାର ଅଭିଯୋଗରେ ଗିରଫ କରାଯାଇଥିବା ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପଂଚାୟତିରାଜ ପ୍ରଶାସନରୁ ପି.ସି ମୁକ୍ତ ସମ୍ପର୍କିତ ଏକ ପ୍ରଶର ଉତର ଦେଇ ମନ୍ତ୍ରୀ କହିଲେ, ଏହି ବିଭାଗରର କୌଣସି କର୍ମଚାରୀଙ୍କ ବିରୋଧରେ ଲାଂଚ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଜାବତ୍ ଗିରଫଙ୍କ ମଧ୍ୟରରେ ଢେଙ୍କାନାଳ ଜିଲ୍ଲାରେ    ସର୍ବାଧିକ ୯ ଜଣ କର୍ମଚାରୀ ଲାଂଚ ନେଇ ଗିରଫ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୧ ଜଣ କର୍ମଚାରୀ ଓ ୨ ଜଣ ଲୋକ ପ୍ରତିନିଧି ଗିରଫ ହୋଇଛନ୍ତି । ସେହିପରି ଲାଂଚ ନେବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲାରୁ ଅଦ୍ୟାବଧି ୪ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ୧ ଜଣ ଲେଖାଏଁ ମୁଖ୍ୟ କିରାଣୀ ଓ ଏସ୍ଇଓଙ୍କୁ ଗିରଫ କରାଯାଇଛି । ସେହିପରି ସୁନ୍ଦରଗଡ଼ରୁ ୨ ଜଣ ସରକାରୀ କର୍ମଚାରୀ ଓ ୧ ଜଣ ଲୋକ ପ୍ରତିନିଧି ଧରାପଡ଼ିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା ୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ପୈାର ଟାଉନହଲ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *