Saturday , February 29 2020
Breaking News
Home / ବିଶେଷ / ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ

ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ

କେନ୍ଦୁଝର,୧୫/୦୨/୨୦୨୦(ଓଡ଼ିଶା ସମାଚାର)-ପଂଚମଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ   ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଦରବାରହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲାପାଳ ଆଶିଷ ଠାକରେ, ପିଡି ଡିଆରଡିଏ ଡଃ ଉଦ୍ଧବଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା , ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ଉଦବୋଧନ ଦେଇ କହିଥିଲେ ଯେ, ଜିଲ୍ଲା ପରିଷଦ ଅଧିବେଶନ ଉପରେ ଜିଲ୍ଲାବାସୀଙ୍କର ଆଶା ଆକାଂକ୍ଷା ଜଡ଼ିତ ରହିଥିବାରୁ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଯେହେତୁ ରାଜ୍ୟ ସରକାର “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସମସ୍ତେ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଗତ ତା୨୧/୮/୨୦୧୯ରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ବୈଠକର ବିବରଣୀ ଦୃଢୀକରଣ କରାଯାଇଥିଲା ଏବଂ ତାପରେ ଉକ୍ତ ବୈଠକର ବିବରଣୀ ଅନୁପାଳନ ଉପରେ ସମୀକ୍ଷା କରାଯାଇଥିଲା । ନିର୍ଦ୍ଧାରିତ ସମୟ ଅବଧିକୁ ଆଧାର କରି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତ୍ୟେକ ଜିଲ୍ଲା ପରିଷଦ ବୈଠକ ପରେ କେତେକ ଅଧିକାରୀ ଅନୁପାଳନ ବିବରଣୀ ଯଥାସମୟରେ ଦାଖଲ କରୁନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା ଏବଂ ଏ ମର୍ମରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ଯଥା ସମୟରେ ଅନୁପାଳନ ବିବରଣୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଖରିଫ ଋତୁରେ ଅନିୟମିତ ବର୍ଷା ଦୃଷ୍ଟିରୁ କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ କରାଯାଇଥିବା ଆପତକାଳିନ ଯୋଜନା,ସାର ଯୋଗାଣ, ୨୦୧୯-୨୦ବିପଣନ ବର୍ଷରେ ଧାନ କ୍ରୟ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ପଂଜୀକରଣ, କୃଷି ଯନ୍ତ୍ରପାତି ବିତରଣ,କମ୍ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଗଭୀର କୂପ ଖନନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା,ମାଛ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ଋଣ ପ୍ରଦାନ ଓ ସବସିଡି ବ୍ୟବସ୍ଥା, ତେଲକୋଇ ବ୍ଲକ୍ ଅଂଚଳରେ ଜଗମୋହନପୁର ଠାରେ ନୂତନ ୩୩/୧୧ କେଭି ସବଷ୍ଟେସନ ୍‌ନିର୍ମାଣ କାର୍ଯ୍ୟର ଅଗ୍ରଗତି, ତେଲକୋଇ ଅଂଚଳକୁ ଯାଇଥିବା ୩୩ କେଭି ଲାଇନ୍ ସହିତ ରାଙ୍କି ଗ୍ରୀଡ୍ ଠାରୁ ସଂଯୋଗକରଣ,ଛାମୁଣ୍ଡାରେ ପୋଡ଼ିଯାଇଥିବା କେବୁଲ୍ ଲାଇନ୍‌କୁ ପରିବର୍ତନ କରାଯାଇ ବିଦ୍ୟୁତ ସଂଯୋଗକରଣ,ଗଉଣିଘଷା ଗ୍ରାମ ପଂଚାୟତର ଗଉଣିଘଷା, ଚିଲିକଦରା, କାଣ୍ଡ ଭାରତୀ ଓ ଅର୍ଜୁନଚୁଆ ଗ୍ରାମମାନଙ୍କରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା । ଏନଟିପିସି ଦ୍ୱାରା ବିଦ୍ୟୁତକରଣ କରାଯାଇଥିବା କେତେକ ଗ୍ରାମରେ ଟ୍ରାନ୍‌ସଫର୍ମର ଅଚଳ ହୋଇଯାଇଥିବା ପ୍ରସଙ୍ଗ ବୈଠକରେ ଆଲୋଚନା ହୋଇଥିଲା । ଟ୍ରାନ୍ସଫର୍ମର ସ୍ଥାପନ ଏନଟିପିସିର ଦାୟିତ୍ୱ ହୋଇଥିବାରୁ ନେସ୍କୋର ଅଧିକ୍ଷଣ ଯନ୍ତ୍ରୀ ଏନଟିପିସି ସହ ଯୋଗସୂତ୍ର ରକ୍ଷା କରିଟ୍ରାନ୍ସଫର୍ମର ସ୍ଥାପନ ନିମନ୍ତେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପଭୋକ୍ତାମାନଙ୍କୁ ନିୟମିତ ବିଦ୍ୟୁତ ବିଲ୍ ପ୍ରଦାନ ପ୍ରସଙ୍ଗରେ ଆଲୋଚନା କରାଯାଇ ଦେୟ ଆଦାୟକରିବାର ସୁବ୍ୟବସ୍ଥା କରିବାକୁ ନେସ୍କୋର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *