Friday , February 28 2020
Breaking News
Home / ବିଶେଷ / ପଂଚଦିବସୀୟ ‘ଭାଗବତ ତତ୍ୱ ଚିନ୍ତନ’ କାର୍ଯ୍ୟକ୍ରମ

ପଂଚଦିବସୀୟ ‘ଭାଗବତ ତତ୍ୱ ଚିନ୍ତନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର ,୨୬/୦୧/୨୦୨୦ (ଓଡ଼ିଶା ସମାଚାର)- ଆଗାମୀ ୨୭ ଜାନୁଆରୀ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପଠାରେ ଚିନ୍ମୟ ମିଶନ୍‌, ଭୁବନେଶ୍ୱର ଦ୍ୱାରା ଆୟୋଜିତ ପଂଚଦିବସୀୟ ଆଧ୍ୟାତ୍ମିକ ଆଲୋଚନାଚକ୍ର, ଚିନ୍ମୟ ବିଚାର ମନ୍ଥନ କାର୍ଯ୍ୟକ୍ରମରେ ‘ଭାଗବତ ତତ୍ୱ ଚିନ୍ତନ’ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକାରୁ ଘ.୮.୩୦ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପଂଚଦିବସୀୟ କାର୍ଯ୍ୟକ୍ରମରେ ଶ୍ରୀମଦ୍ ଭାଗବତର ୧୨ଟି ସ୍କନ୍ଧ ଉପରେ ସାଧୁସନ୍ଥମାନେ ସେମାନଙ୍କର ବକ୍ତବ୍ୟ ରଖିବେ । ପ୍ରଥମ ସନ୍ଧ୍ୟା ଜାନୁଆରୀ ୨୭ ତାରିଖରେ ନିର୍ବାଣ ଭଗବାନ ଦାସ (ଉଦାସୀନ) ଅଧ୍ୟକ୍ଷ, ଉଦାସୀନ ସେବାଶ୍ରମ, ନୟାଗଡ଼, ଦ୍ୱିତୀୟ ସନ୍ଧ୍ୟା ଜାନୁଆରୀ ୨୮ ତାରିଖରେ ବାବା ବ୍ରଜବନ୍ଧୁ ଦାସ ମହାରାଜ, ଅଧ୍ୟକ୍ଷ, ଭାଗବତ ଆଶ୍ରମ, ପୁରୀ, ତୃତୀୟ ସନ୍ଧ୍ୟା ଜାନୁଆରୀ ୨୯ ତାରିଖରେ ସ୍ୱାମୀନୀ ଋତଜାନନ୍ଦଜୀ ଓ ସ୍ୱାମୀ ଜଗଦିଶାନନ୍ଦଜୀ, ଆଚାର୍ଯ୍ୟ ଚିନ୍ମୟମିଶନ, ଭୁବନେଶ୍ୱର, ଚତୁର୍ଥ ସନ୍ଧ୍ୟା ଜାନୁଆରୀ ୩୦ ତାରିଖରେ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ, ଆଚାର୍ଯ୍ୟ ଚିନ୍ମୟ ମିଶନ, କଟକ ଓ ପଂଚମ ଓ ଶେଷ ସନ୍ଧ୍ୟା ଜାନୁଆରୀ ୩୧ ତାରିଖରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଅଧ୍ୟକ୍ଷ, ଝାଞ୍ଜପିଟା ମଠ, ପୁରୀ ଯଥାକ୍ରମେ ପ୍ରଥମସ୍କନ୍ଧରୁ ବାର ସ୍କନ୍ଧ ଉପରେ ଦାର୍ଶନିକ ଆଲୋଚନା କରିବେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକାରୁ ଘ.୬.୩୦ମିନିଟ୍ ପର୍ଯ୍ୟନ୍ତ ବିଷ୍ଣୁ ସହସ୍ରନାମ ପାଠ ଓ ନାମସଂକୀର୍ତନ କରାଯିବ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ ଚିନ୍ମୟ ମିଶନ ଓଡ଼ିଶାର ସାଙ୍ଗଠନିକ ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *