Wednesday , November 20 2019
Breaking News
Home / ବିଶେଷ / ପଂଚକ ରେ ସଂକୀର୍ତର୍ନ, ପୂଜାର୍ଚ୍ଚନା ଓ ମୁରୁଜ ପକାଇବାରେ ବ୍ୟସ୍ତ ଶ୍ରଦ୍ଧାଳୁ – ଗାଁଠୁ ସହର , ସବୁଠି ଆଧ୍ୟାତ୍ମିକ ପରିବେଶ

ପଂଚକ ରେ ସଂକୀର୍ତର୍ନ, ପୂଜାର୍ଚ୍ଚନା ଓ ମୁରୁଜ ପକାଇବାରେ ବ୍ୟସ୍ତ ଶ୍ରଦ୍ଧାଳୁ – ଗାଁଠୁ ସହର , ସବୁଠି ଆଧ୍ୟାତ୍ମିକ ପରିବେଶ

କଟକ, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ହିନ୍ଦୁ ଧର୍ମାବଲମ୍ବୀ ଙ୍କ ପାଇଁ କାର୍ତିିର୍କ ମାସ ହେଉଛି ସବୁଠାରୁ ପବିତ୍ର ମାସ ।  ଏବେ ପଂଚୁକ ବ୍ରତ ଚାଲିଛି । ଗତକାଲି ବଡ଼ ଓଷା ହୋଇଥିଲା । ଆଉ ଦିନକ ପରେ କାର୍ତିକ ପୂର୍ଣ୍ଣମୀ ।  ଏଥିପାଇଁ ବଢ଼ିଭୋରୁ ସହର ଠାରୁ ଗାଁ ପର୍ଯ୍ୟନ୍ତ ଲୋକମାନେ ଚଳଚଂଚଳ ।  କାଳୀ ଅନ୍ଧାରରୁ ଶ୍ରଦ୍ଧାଳୁମାନେ ବୁଡ଼ପକାଇ ବିଭିନ୍ନ ମନ୍ଦିରରେ ଦିଅଁ ଦର୍ଶନ କରୁଛନ୍ତି । ଫଳରେ ସହର ଓ ଗାଁ ର ବିଭିନ୍ନ ମଠମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଏହି ଅବସରରେ ଝିଅ ଓ ବୋହୁ , ମହିଳାମାନେ ଘର ଅଗଣାରେ ଥିବା ଚମରାରେ  ମୁରୁଜ ଦ୍ୱାରା ସୁନ୍ଦର ସୁନ୍ଦର ଝୋଟି ପକାଇ ପଂଚକ ବ୍ରତକୁ ସ୍ୱାଗତ କରିଥିଲେ । ଭୋର୍ରୁ ଗାଧୋଇ ଘର ଅଗଣା ସହିତ ଚଉରାମୂଳ ଲିପାପୋଛା କରି ରଙ୍ଗବେରଙ୍ଗର ମୁରୁଜ ଦ୍ୱାରା ଝୋଟି ପକାଉଥିବା ଦେଖିବାକୁ ମିଳୁଛି । କାର୍ତିକ ମାସଟି ଧର୍ମମାସ ହୋଇଥିବାରୁ ଅଗଣାରେ ଝୋଟି ପକାଇ ପୂର୍ବପୁରୁଷ ତଥା ଅତିଥିମାନଙ୍କୁ ସ୍ୱାଗତ କରାଯାଇଥାଏ ବୋଲି ବିଶ୍ୱାସ ରହିଛି । ଯୁବକମାନେ ନାମ ସଂକୀର୍ତନ କରି ବିଭିନ୍ନ ମନ୍ଦିର ଓ ନଗର ପରିକ୍ରମା କରୁଛନ୍ତି । ବିଭିନ୍ନ ମନ୍ଦିର ଓ ଶୈବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହେଉଛି । କେତେକ ମନ୍ଦିର ରେ ଫୁଲ ରଥ ରେ ରାଧା କୃଷ୍ଣ ଯୁଗଳ ମୂର୍ତି ବସାଇ ରାସଲୀଳା ପରିବେଷଣ କରାଯାଛି । ଏହି ଅବସରେ ସହରର ରାମେଶ୍ୱର, ବଟେଶ୍ୱର, ଚାଟେଶ୍ୱର, ବାଲୁେଙ୍କଶ୍ୱର, କନକେଶ୍ୱର, ହଟକେଶ୍ୱର, ଗଡ଼ଗଡ଼େଶ୍ୱର, ଘାଟେଶ୍ୱର ପ୍ରମୁଖ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବାବେଳେ କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନେ ଯାତ୍ରା କରୁଛନ୍ତି । ଶ୍ରଦ୍ଧାଳୁମାନେ ଭକ୍ତିପୁତ ନୈବେଦ୍ୟ ଅର୍ପଣ କରିବା ସହ ପ୍ରଭୁ ଶିବଶଙ୍କରଙ୍କୁ ପୂଜା ଆରଧନା କରୁଥିବା ଦେଖିବାକୁ ମିଳୁଛି । ଏହି ପରି ୪ଦିନ ବୁଡ଼ ପକାଇବା ସହ ପୂର୍ଣ୍ଣମୀ ଦିନ ଡଙ୍ଗା ଭସାଇ ଉକ୍ରଳୀୟ ବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପରମ୍ପରା ରହିଛି । ଏଥି ସହିତ ମହିଳାମାନେ ପୂର୍ବାହ୍ନରେ ସ୍ନାନାଦୀ ନିତ୍ୟକର୍ମ ସାରି ନଦୀଘାଟରେ ବାଲୁଙ୍କା ପୂଜା କରୁଥିବା ଦେଖିବାକୁ ମିଳୁଛି । ନଦୀବାଲିରେ ଏକ ସ୍ତୁପ ଭଳି ନିର୍ମାଣ କରି ସେଥିରେ ନୂଆ କପଡ଼ା ଆଦି ଦେଇ ଭୋଗରାଗ ସହ ବାଲୁଙ୍କା ପୂଜା କରିବା ଦେଖାଯାଏ । ରାତି ପାହିଲେ ପୂର୍ଣ୍ଣିମା । ବିଭିନ୍ନ ନଦୀ ଘାଟରେ ଡ଼ଙ୍ଗା ଭଷାଇବା ପାଇଁ ଯୁବକମାନେ ନଦୀ ଘାଟକୁ ରଙ୍ଗ ବେରଙ୍ଗର ଆଲୋକ ସଜାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।  ଓଡ଼ିଶା ସମାଚାର

About admin

Check Also

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *