Thursday , September 19 2019
Breaking News
Home / କୃଷି / ନ୍ୟାସନାଲ୍ କୋଅପରେଟିଭ୍ ହାଉସିଂ ଫେଡେରେସନ୍ର ବୋର୍ଡ ବୈଠକ

ନ୍ୟାସନାଲ୍ କୋଅପରେଟିଭ୍ ହାଉସିଂ ଫେଡେରେସନ୍ର ବୋର୍ଡ ବୈଠକ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଣିଷର ସର୍ବନିମ୍ନ ଆବଶ୍ୟକତା । ନିରାପଦ ଆଶ୍ରୟ ନିମନ୍ତେ ନିଜସ୍ୱ ଗୋଟିଏ ଘର ତିଆରି କରିବା ପ୍ରତ୍ୟେକ ମଣିଷର ସ୍ୱପ୍ନ ହୋଇଥାଏ । ଏହାକୁ ବାସ୍ତବ ରୂପ ଦେବା ଦିଗରେ ସମବାୟ ଗୃହ ନିର୍ମାଣ ସଂସ୍ଥାଗୁଡ଼ିକ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଭୁବନେଶ୍ୱରଠାରେ ଆୟୋଜିତ ନ୍ୟାସନାଲ କୋଅପରେଟିଭ ହାଉସିଂ ଫେଡେରେସନର ୧୮୩ତମ ବୋର୍ଡ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ, ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ସହରୀକରଣ ଯୋଗୁଁ ସହରଗୁଡ଼ିକରେ ବାସଗୃହର ଘୋର ଅଭାବ ଦେଖାଦେଇକ୍ତି । ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କ ନିମନ୍ତେ ଏହି ସମସ୍ୟା ଆହୁରି ଉକ୍ରଟ ରୂପ ଧାରଣ କରିଛି । ସ୍ୱାଧୀନତା ପରବର୍ତୀ ଅବସ୍ଥାରେ ଭାରତରେ ସମବାୟ ଏକ ଆନ୍ଦୋଳନର ରୂପ ନେଇଥିବାବେଳେ ଗୃହନିର୍ମାଣ କ୍ଷେତ୍ରରେ ସମବାୟକୁ ସାମିଲ କରିବା ଲକ୍ଷ୍ୟ ନେଇ ଜାତୀୟ ସମବାୟ ହାଉସିଂ ଫେଡେରେସନ୍ ପ୍ରତିଷ୍ଠା କରାଯାଇଥିଲା । ଗୃହ ନିର୍ମାଣ କ୍ଷେତ୍ରରେ ଜାତୀୟକରଣ ବ୍ୟାଙ୍କ, ଏଚଡିଏଫସି ଓ ହୁଡକୋ ପ୍ରମୁଖ ଭୂମିକା ନିର୍ବାହ କରୁଥିବାବେଳେ ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କୁ ରାଜ୍ୟର ସମବାୟ ଗୃହିନିର୍ମାଣ କର୍ପୋରେସନ ଗୁଡ଼ିକ ଗୃହଋଣ ଯୋଗାଇ ଦେଇଥାଆନ୍ତି । ମାତ୍ର ରାଜ୍ୟଗୁଡ଼ିକର ଏହି ସଂସ୍ଥାଗୁଡ଼ିକ ପେଶାଦାର ପରିଚାଳନା ଓ ଆର୍ôଥକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇନଥିବାରୁ ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥା ସହିତ ପ୍ରତିଯୋଗିତା କରିପାରୁ ନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏପରି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କ ଗୃହ ନିର୍ମାଣ ପାଇଁ ଋଣ ଯୋଗାଇ ଦେଉଥିବା ରାଜ୍ୟ କୋଅପରେଟିଭ ହାଉସିଂ କର୍ପୋରେସନ୍ଗୁଡ଼ିକ ଆର୍ôଥକ ପରିଚାଳନା ଦୃଷ୍ଟିରୁ ସଶକ୍ତ ଓ ମଜବୁତ କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ତେବେ ପରିବାରର ଆକାର ଦୃଷ୍ଟିରୁ ବଡ଼ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସମବାୟ ହାଉସିଂ କର୍ପୋରେସନ ପକ୍ଷରୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦେବାପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନ ପ୍ରତିଷ୍ଠା ହେବାଦିନଠାରୁ ଭୁବନେଶ୍ୱର ନିକଟବର୍ତୀ ଅଂଚଳ ସମେତ ପୁରୀ, ପାରାଦ୍ୱୀପରେ ଅନେକଗୁଡ଼ିଏ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହାକୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରିବା ଦିଗରେ ଭାରତୀୟ ଜୀବନବୀମା ନିଗମ ତରଫରୁ ଦିଆଯାଉଥିବା ଋଣକୁ ନିୟମିତ କରିବା ଦିଗରେ ନ୍ୟାସନାଲ ହାଉସିଂ କୋଅପରେଟିଭ ଫେଡେରେସନ ହସ୍ତକ୍ଷେପ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ । ବୈଠକରେ ନ୍ୟାସନାଲ କୋଅପରେଟିଭ ହାଉସିଂ ଫେଡେରେସନ ର ଅଧ୍ୟକ୍ଷ ଏସଏନ ଶର୍ମାଙ୍କ ସମେତ ମଧ୍ୟପ୍ରଦେଶର ସମବାୟ ମନ୍ତ୍ରୀ ତଥା ନିର୍ଦ୍ଦେଶକ ଡ. ଗୋବିନ୍ଦ ସିଂହ, ଦିଲ୍ଲୀ, ପଶ୍ଚିମବଙ୍ଗ, ଉତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ଉତରାଖଣ୍ଡ ଓ ଓଡ଼ିଶାର ରାଜ୍ୟ ସମବାୟ ହାଉସିଂ କର୍ପୋରେସନ୍ର ନିର୍ଦ୍ଦେଶକ ଓ ପ୍ରବନ୍ଧକମାନେ, ଏନ୍ସିଏଚ୍ଏଫ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓମଫେଡ଼ ସଭାପତି ଭାବେ ନିଜକୁ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

ଜଗତସିଂହପୁର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ସଭା ସମିତି ତଥା ଗଣ ମାଧ୍ୟମରେ ନିଜକୁ ଓମଫେଡ଼ ସଭାପତି ଭାବେ ପରିଚୟ ଦେଉଥିବା ଜନୈକ …

Leave a Reply

Your email address will not be published. Required fields are marked *