Saturday , December 7 2019
Home / ବିଶେଷ / ନେପାଳରେ ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା ଉତ୍ସବ ଆୟୋଜନ

ନେପାଳରେ ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା ଉତ୍ସବ ଆୟୋଜନ

ଭୁବନେଶ୍ୱର ,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ୱାବଧାନରେ ଡ଼ିସେମ୍ବର ୭ ଓ ୮ ଦୁଇଦିନ ଧରି ପୁରୀର ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ନେପାଳର ରାଜଗୁରୁ ଶ୍ରୀ ସରୋଜ ବାସ୍ତୋଲା । ଶ୍ରୀ ବାସ୍ତୋଲା ନେପାଳରୁ ଆଜି ଚତୁର୍ଦ୍ଧା ମୂର୍ତି ପ୍ରତିଷ୍ଠା ପାଇଁ ସବୁ ବ୍ୟବସ୍ଥାର ତଦାରଖ ଓ ଶ୍ରୀମନ୍ଦିର ସମ୍ମୁଖରୁ ଆଗାମୀ କାଲି ସକାଳ ୮ ଘଟିକା ସମୟରେ ୪୦ଜଣ ବିଶିଷ୍ଟ ଭକ୍ତଙ୍କୁ ନେପାଳ ମୈତ୍ରୀ ଯାତ୍ରା ଆରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ବସ୍ ରେ ଯାତ୍ରା କରୁଥିବା ସେବାୟତ, ସାଧୁସନ୍ଥମାନେ ଟାଟା ନଗର, ପାଟଣା ଦେଇ କାଠମାଣ୍ଡୁରେ ୬ ତାରିଖ ଦିନ ପହଂଚିବେ । ସେଠାରୁ ପୋଖରା ଯାଇ ୧୧ ତାରିଖ ଦିନ ଫେରିବା କାର୍ଯ୍ୟକ୍ରମ ରହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ମୁକ୍ତି ମଣ୍ଡପ, ପୁରୀର ଶ୍ରୀ ବିଚିତ୍ରନନ୍ଦ ମିଶ୍ର, ଡଃ ସିଦ୍ଧେଶ୍ୱର ମହାପାତ୍ର, ଜଗନ୍ନାଥ ମନ୍ଦିର ପୁରୋଧା ମହନ୍ତ ବଳରାମ ଦାସ ଗୋସ୍ୱାମୀ, ଗଙ୍ଗାମାତା ମଠ ପୁରୀ ପଣ୍ଡିତ ସୁଧାକର ମିଶ୍ର, ବିଶିଷ୍ଟ ସେବାୟତ ଓ ଓଡ଼ିଶା ଇଂଟରନ୍ୟାସନାଲ ସେଂଟର ସଭାପତି ପରେଶ ନାୟକ ଉପସ୍ଥିତ ଥିଲେ । ଆଗାମୀ କାଲି ସକାଳ ୧୧.୩୦ ମିନିଟ୍ ସମୟରେ ସୂଚନା ଭବନ ସମ୍ମୁଖ ପାର୍କିଂ ସ୍ଥାନରେ ନେପାଳ ଯାଉଥିବା ଭକ୍ତ ଓ ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ନେପାଳଗସ୍ତ ଅବସରରେ ସାଧୁସନ୍ଥ ଓ ସେବାୟତମାନେ ଆନ୍ତର୍ଜାତିକ କର୍ମକାଣ୍ଡ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତିର ମହନୀୟତା ବଖାଣିବେ । ଏହି ଯାତ୍ରୀମାନଙ୍କର ନେତୃତ୍ୱ ନେବେ ଶ୍ରୀଯୁକ୍ତ ଭାବଗ୍ରାହୀ ଶାନ୍ତି ଓ ଶ୍ରୀମତୀ କୁମୁଦିନୀ ପଣ୍ଡା । ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଆୟୋଜକ ଶ୍ରୀ ଉଦୟନାଥ ଶାନ୍ତି, ଶ୍ରୀ ଜୟପ୍ରକାଶ ମିଶ୍ର, ଶ୍ରୀମତୀ ଇନ୍ଦିରା ମିଶ୍ର ସମସ୍ତ ବ୍ୟବସ୍ଥା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *