Monday , February 24 2020
Home / କ୍ରୀଡ଼ା / ନେତାଜୀ କ୍ରିକେଟ ଟୁର୍ଣ୍ଣମେଂଟ ଫାଇନାଲରେ ମଳିପଡା ଚାମ୍ପିୟନ

ନେତାଜୀ କ୍ରିକେଟ ଟୁର୍ଣ୍ଣମେଂଟ ଫାଇନାଲରେ ମଳିପଡା ଚାମ୍ପିୟନ

ନିରାକାରପୁର, ୧୬/୦୧/୨୦୨୦ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପଂଚାୟତ ରେ ଥିବା ନେତାଜୀ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ରାମେଶ୍ୱର ଖେଳ ପଡିଆରେ ଫଟା ଫଟ  ଟୋଂଟି  ଟୋଂଟି ଫାଇନାଲ କ୍ରିକେଟ ମ୍ୟାଚ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚ ନେତାଜୀ କ୍ରିକେଟ କ୍ଲବ ରାମେଶ୍ୱର ସହିତ ବାଲୁଙ୍କେଶ୍ୱର କ୍ରିକେଟ କ୍ଲବ୍ ମଳିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ୮ଉଇକେଟ ହରାଇ ମୋଟ ୧୦୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମଳିପଡା ଦଳ ପ୍ରଥମ ପାଂଚ ଓଭରରେ ପାଂଚ ଉଇକେଟ ହରାଇଥିଲେ ମଧ୍ୟ ମିଡିଲ ଅଡର ବ୍ୟାଟସ ମ୍ୟାନ  ଏହାର ପିଛା କରି ୧୮,୪ଓଭରରେ ୧୧୩ରନ ସଂଗ୍ରହ କରି ଏହି ଟୋଣ୍ଠି ଟୋଣ୍ଠି ଫଟା ଫଟ ମ୍ୟାଚ ବିଜୟ ଲାଭ କରିଛନ୍ତି । ଏହି ଖେଳରେ ଜ୍ୟୋତିନ୍ଦ୍ର ରଂଜନ ସାହୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିବା ବେଳେ ରାମେଶ୍ୱର ଦଳର ରଂଜିତ ନାୟକ ଙ୍କୁ ମ୍ୟାନ ଅଫ ଦି ସିରିଜ ଦିଆଯାଇଛି । ଏହି ଖେଳକୁ ମନୋଜ ନାୟକ,ନରାଶ ନାୟକ ଓ ରଶ୍ମି ରଂଜନ ଜଗଦେବ ପରିଚାଳନା କରିଥିଲେ । ବିଜୟୀ ଓ ପରାଜୟି ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା ।ଏହି ଖେଳରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ,ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା ,ସାମାଜିକ କର୍ମି ଇଂ ବିଶ୍ୱମୋହନ ପଟ୍ଟନାୟକ,ଯୁବ ସଂଗଠକ ରଂଜିତ ଜଗଦେବ,ରାମେଶ୍ୱର ଗ୍ରାମ୍ୟ କମିଟିର ସଭାପତି ନିଳକଣ୍ଠ ରଥ,ପ୍ରାକ୍ତନ ଖେଳ ଶିକ୍ଷକ ନାରାୟଣ ମଙ୍ଗରାଜ,ରାଜ କିଶୋର ଦାସ ଅତିଥିଭାବରେ ଥିବା ବେଳେ ବିରେନ୍ଦ୍ର ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ ।ଶେଷରେ ଚନ୍ଦ୍ର ମୋହନ  ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ଅନ୍ତବାର କ୍ରିକେଟ୍ ମ୍ୟାଚ୍

ସାଲେପୁର ୨୨/୦୨/୨୦୨୦ (ଓଡ଼ିଶା ସମାଚାର/ ଅଭୟ ଜେନା):  ସାଲେପୁର ବାର ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ଡ଼ଃ ଦେବ ମହାନ୍ତିଙ୍କ ସହଯୋଗରେ …

Leave a Reply

Your email address will not be published. Required fields are marked *