Tuesday , July 16 2019
Home / ସ୍ୱାସ୍ଥ୍ୟ / ନୂତନ ଫାର୍ମାସିଷ୍ଟକୁସ୍ଥାନୀୟଲୋକଙ୍କବିରୋଧ ଦାବିରେରାସ୍ତାରୋକ

ନୂତନ ଫାର୍ମାସିଷ୍ଟକୁସ୍ଥାନୀୟଲୋକଙ୍କବିରୋଧ ଦାବିରେରାସ୍ତାରୋକ

ନାଉଗାଁ / ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟଙ୍କୁ ସ୍ଥାନୀୟ ଲୋକ ବିରୋଧ କରି ଗୁରୁବାର ରାସ୍ତାରୋକ କରିଥିଲେ । ପୂର୍ବରୁ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟି ଙ୍କୁଏହି ମେଡିକାଲରେ କାର୍ଯ୍ୟ କରିବାକୁ ଦିଆଯାଉ ଓ ନୂତନ ଭାବେ ଆସିଥିବା ଫାର୍ମାସିଷ୍ଟଙ୍କ ବଦଳି ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲେ । ସ୍ଥାନୀୟ ପୋଲିସଙ୍କ ହସ୍ତପେକ୍ଷ ପରେ ରାସ୍ତାରୋକ ଉଠିଥିବା ସହିତ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଧାୟକଙ୍କୁ ଦାବିପତ୍ର ପଠାଯାଇଥିବା ଜଣାଯାଇଛି ।
ସୁଚନା ଅନୁସାରେ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ ଡାକ୍ତର ନୃସିଂହଚରଣ ଦାସ କାର୍ଯ୍ୟକରି ଆସୁଥିଲେ । ତାଙ୍କ ବଦଳି ହେବା ପରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଆସିଛନ୍ତି କିନ୍ତୁ ଦିନେ ଦୁଇ ଦିନ କାର୍ଯ୍ୟ କରିବା ପରେ ଆଉ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫେରି ନାହାନ୍ତି । ଏହି ସମୟରେ ଡାକ୍ତର ପଦବୀ ଫାଙ୍କା ପଡିଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଆଡକୁ ଗତିକରୁଥିଲା । ଠିକଏହି ସମୟରେ ଭଗବାନଙ୍କ ଆର୍ଶିବାଦ ଭଳି ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକରୁଥିବା ଫାର୍ମାସିଷ୍ଟ ସହିତ ତାଙ୍କର ସ୍ୱାମୀ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ଭାଳି ଥିଲେ । ଯାହାଫଳରେ ସ୍ଥାନୀୟ ଲୋକ ଡାକ୍ତରଙ୍କ ଅଭାବକୁ ଭୁଲି ଯାଇଥିଲେ । କାରଣ ଡାକ୍ତରମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନଆସି ନିଜଇଛା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସା କରୁଥିଲେ । କିନ୍ତୁ ଏମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଦିନ ରାତିକୁ ଏକ କରି ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୁଧବାର ସେମାନ ଜାଣିବାକୁ ପାଇଲେ ଡେରିକି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ବଦଳରେ ଜଣେ ନୂତନ ଫାର୍ମାସିଷ୍ଟ ଯୋଗ ଦେଉଛନ୍ତି । ଯାହାକି ଗତ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସମୟରେ ଶୋଇରହିଥିଲେ । ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇବାରେ ପରେ ସଂପୃକ୍ତ ଫାର୍ମାସିଷ୍ଟଙ୍କୁ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଛି । ଏପରିକି ସଂପୃକ୍ତ ଫାର୍ମାସିଷ୍ଟି ସରକାରଙ୍କ ଧାର୍ଯ୍ୟ ସମୟ ସକାଳ ୭ଟା ରହିଥିବାବେଳେ ସଂପୃକ୍ତ ଫାର୍ମାସିଷ୍ଟ ସକାଳ ୯ଟାରେ ସ୍ୱାସ୍ତ୍ୟ କେନ୍ଦ୍ର ସମ୍ୁଖରେ ପହଁଚିଥିଲେ । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିବା ସହିତ ରାସ୍ତାରୋକ କରିଥିଲେ । ଖବର ପାଇ ଗାରୋଇ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ବଳ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ସହିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀଙ୍କସହିତ ଆଲୋଚନା କରିବା ପରେ ରାସ୍ତାରୋକ ଓହରିଥିଲା । ଏହାପରେ ଅଂଚଳ ବାସୀଙ୍କ ୩ ଶହରୁଉଦ୍ଧ୍ୱର୍ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ,ସ୍ଥାନୀୟ ବିଧାୟକ, ନାଉଗାଁ ଥାନାଧିକାରୀ ଓ ଅଗ୍ନିଶମବିଭାଗକୁ ପ୍ରଦାନ କରାଯାଇଛି । ଏଥିରେ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ଫାର୍ମାସିଷ୍ଟଙ୍କର ବଦଳି ୭ ଦିନ ମଧ୍ୟରେ ପ୍ରତ୍ୟାହାର ନ କରାଗଲେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନଶନ ଦିଆଯିବ ବୋଲି ଦାବିରେ ଦର୍ଶାଇଛନ୍ତି । ଏସଂର୍ପକରେ ଜିଲ୍ଲାମୁ ଖ୍ୟଚିକିତ୍ସାଧିକାରୀ ଅଜୟ କୁମାର ବୈଠାରୁଙ୍କୁ ଯୋଗାଯୋଗକରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବହୋଇ ପାରି ନାହିଁ । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ତିର୍ତୋଲ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ଉନ୍ନତି ଦିଗରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ସ୍ଥାୟୀ ଡାକ୍ତର ନିଯୁକ୍ତି …

Leave a Reply

Your email address will not be published. Required fields are marked *