Tuesday , August 20 2019
Breaking News
Home / ନିର୍ବାଚନ / ନିର୍ବାଚନ ପ୍ରଚାର ଶେଷ , ଅନ୍ଧାରୀ ବିଜେ ଆରମ୍ଭ 

ନିର୍ବାଚନ ପ୍ରଚାର ଶେଷ , ଅନ୍ଧାରୀ ବିଜେ ଆରମ୍ଭ 

ପାଟକୁରା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି ।  ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ  ମାଇକ ପ୍ରଚାର , ବାଇକ ରାଲି ଏବଂ ପଦ ଯାତ୍ରାରେ ଘରକୁ ଘର ବୁଲି ଦଳିୟ କର୍ମୀ ପ୍ରଚାର କରିଥିଲେ ।  ବିଜୁ ଜନତା ଦଳ ପକ୍ଷରୁ ବେଡ଼ାରୀ ପଂଚାୟତର ହରିଦାସପୁର ଶନି ମନ୍ଦିର ନିକଟରୁ ଅପରାହ୍ନରେ ୫୦୦ ରୁ ଉଦ୍ଧ୍ୱର୍ ଦଳିୟ କର୍ମୀମାନେ ବାଇକ୍ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଦଳିୟ ପର୍ଯ୍ୟବେକ୍ଷକ ବିଧାୟକ ପ୍ରିିତିରଂଜନ ଘଡ଼େଇ , ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାଜେଶ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ରାକେଶ ମହାପାତ୍ର, ପାଟକୁରାର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ବାରିକ, ଗଗନ ବିଶ୍ୱାଳ, ବସନ୍ତ କୁମାର ବେହେରା, ବାବାଜୀ ମହାନ୍ତି, ଆକାଶ ମହାପାତ୍ର, ନଗେନ ସ୍ୱାଇଁ, ପାପୁ ସେନାପତି, କୁମର ସେନାପତି ଓ ଚିନ୍ମୟ ରାଉତ ଙ୍କ ନେତୃତ୍ୱରେ ହରିଦାସପୁର , ସୋଲାପାଟ, ବେଡ଼ାରୀ, କୁଳତୁଠି, ଯମୁନାବାଦ, ପରକଣା, ଶ୍ରୀଚନ୍ଦନପୁର, ଓ ଦଳୁଆଣି ଆଦି ଗ୍ରାମ ପରିକ୍ରମା କରିଥିଲେ । କଂଗ୍ରେସ ଦଳ ପକ୍ଷରୁ ପାଟକୁରା, ବେଡ଼ାରୀ ଓ ପଦ୍ମପୁର ପଂଚାୟତରେ ଆଜି ପ୍ରଚାର ଗାଡ଼ିରେ ନିର୍ବାଚନ ପ୍ରଚାର କରାଯାଇଥିଲା ।  ସେହିପରି ବିଜେପି ର ଜିଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ରେଣୁବାଳା ଶତପଥି, ପ୍ରଶାନ୍ତ କୁମାର ମହାନ୍ତି, ଶାନ୍ତନୁ ଶତପଥି, ବିକ୍ରମ ପଲାଇ, ଅହଲ୍ୟା ମହାପାତ୍ର, ଅଶୋକ ପଲାଇ ପ୍ରମୁଖ ଦଳିୟ କର୍ମକର୍ତା ମାନଙ୍କୁ ସାଙ୍ଗରେ ନେଇ ପାଟକୁରା ପଂଚାୟତର ସିଙ୍ଗିଟିଆ, ଲେଖନ ପଡ଼ା, ଚକବାହାକୁଦ ଆଦି ଗ୍ରାମ କୁ ଯାଇ ପ୍ରତି ଘରେ ଘରେ ଦଳିୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେହିପରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଗରଦପୁର ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି, ଜୟପ୍ରକାଶ ବାରିକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରି ଙ୍କ ନେତୃତ୍ୱରେ ୪୦୦ ରୁ ଉଦ୍ଧ୍ୱର୍ ବାଇକ୍ ଶୋଭାଯାତ୍ରା ଗରଦପୁର ଠାରୁ ବାହାରି ପାଖଡ଼, ବରହମପୁର, ବଙ୍ଗାରୀ,ତଳକୁସୁମା, ପଳସୁଧା, ତେଣ୍ଡାକୁଡ଼ା, ନାଗଣପୁର, ବଡ଼ ବେତ୍ରା, ଭଗବାନପୁର, ବଙ୍ଗାଳପୁର, କୋରୁଆ ଛକ ଦେଇ ଗରଦପୁର ଠାରେ ପହଂଚିଥିଲା । ସେହିପରି ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି କୋରୁଆ ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟମ୍ରମ କରିଥିଲେ । ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଅରାବଳ ଠାରେ ଥିବା ପଂଚାୟତ ବଗିଚାରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ସରୋଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଡ଼ା ଦାମୋଦର ରାଉତ, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଓ ସିକନ୍ଦର ଆଲାମ ଯୋଗଦେଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ଏହି ସଭା ୫ ଟା ପରବର୍ତୀ ସମୟ ପର୍ଯ୍ୟନ୍ତ ଚାଲିଥିବାରୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।  ଆଜି ସନ୍ଧ୍ୟା ରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ପଂଚାୟତ ମାନଙ୍କରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବାହାର ର ବିଧାୟକ ଓ ମନ୍ତ୍ରୀମାନେ ନିର୍ବାଚନ ମଣ୍ଡଳୀ ଛାଡ଼ି ପଳାଇ ଯାଇଛନ୍ତି । ଆଜି ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ରାତି ଓ ଆସନ୍ତା କାଲି ବିଭିନ୍ନ ପଂଚାୟତ ଓ ଗ୍ରାମରେ ଥିବା ଛାମୁଆ ଦଳିୟ ନେତାମାନେ  ବିଭିନ୍ନ ସ୍ଥାନକୁ ଅନ୍ଧାରୀ ବିଜେ କରିବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନକୁ ଶୃଙ୍ଖଳିତ ,ଅବାଧ , ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ କେତେକ ସ୍ଥାନରେ ଅର୍ଦ୍ଧ ସାମରିକ ବାହିନୀ ରାସ୍ତାରେ ଯାଉଥିବା ଦେଖାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଭୁବନ ବିଜେପି ତରଫରୁ ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତ

  ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରାଣ ପ୍ରତିଷ୍ଠାତା ଅଟଳବିହାରୀ ବାଜପେୟୀ ଙ୍କ …

Leave a Reply

Your email address will not be published. Required fields are marked *