Thursday , September 19 2019
Breaking News
Home / ଶିକ୍ଷା / ନାଲିବର ହାଇସ୍କୁଲ ୧୯୮୪ ବ୍ୟାଚ ପକ୍ଷରୁ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାସ୍ଥ୍ୟ ସଚେତନତା 

ନାଲିବର ହାଇସ୍କୁଲ ୧୯୮୪ ବ୍ୟାଚ ପକ୍ଷରୁ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ସ୍ୱାସ୍ଥ୍ୟ ସଚେତନତା 

ରଘୁନାଥପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ନାଲିବର ସରକାରୀ ଉଚ ବିଦ୍ୟାଳୟ ୧୯୮୪ ବ୍ୟାଚ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଚଳିତ ବର୍ଷ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରୀ ଅଳକା ପ୍ରିୟଦର୍ଶିନୀ ପରିଡ଼ାଙ୍କୁ  ସମ୍ବର୍ଦ୍ଧିତ କରିବା ସହ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ବିଗତ ୪ ବର୍ଷ ଧରି ଏହି ବ୍ୟାଚ ପକ୍ଷରୁ କାର୍ଯ୍ୟ କ୍ରମ କରାଯାଉଛି । ଛାତ୍ରୀ ପରିଡ଼ା ୫୨୦ ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଉଥିବାବେଳେ ତାଙ୍କୁ ୨ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ମିହିର କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପୁରାତନ ଛାତ୍ରୀ ଶତାବ୍ଦି ବିଶ୍ୱାଳ, ବାସନ୍ତୀ କୁମାରୀ ସାହୁ,  ଶ୍ୟାମ ସୁନ୍ଦର ନାୟକ, ସୁରେନ୍ଦ୍ରନାଥ ସାହୁ, ପ୍ରତାପ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲ ର ପିଲାମାନଙ୍କୁ ଡ଼େଙ୍ଗୁ, ମେଲେରିଆ, ଡ଼ାଇରିଆ ରୋଗର ଲକ୍ଷଣ ଓ ଏହାର ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା ।  ହାତ ଓ ଗୋଡ଼ର ନଖ କାଟି ପରିସ୍କାର ରଖିବା ଏବଂ ଖାଇବା ପୂର୍ବରୁ ହାତ କୁ ସାବୁନରେ ଧୋଇ ପସିସ୍କାର କରିବା ଜରୁରୀ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ପରିସ୍କାର ପରିଛନ ରହିଲେ ଶରୀର ସୁସ୍ଥ ରହିବା ସହ ମନ ଫୁର୍ତି ରହେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଶିଡକ୍ଷୟିତ୍ରୀ କଳ୍ପନା କୁମାରୀ ବେଉରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ମଧୁସ୍ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ରକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରମାକାନ୍ତ ନାୟକ, ନୃସିଂହ ଚରଣ ସ୍ୱାଇଁଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *