Saturday , November 16 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ନାଲକୋରେ ଦୁର୍ନୀତି ନିବାରଣ ସପ୍ତାହ-୨୦୧୯ ପାଳନ

ନାଲକୋରେ ଦୁର୍ନୀତି ନିବାରଣ ସପ୍ତାହ-୨୦୧୯ ପାଳନ

ଦାମନଯୋଡ଼ି,୦୫/୧୧/୨୦୧୯(ଓଡ଼ିଶା ସମାଚାର)- ଦାମନଯୋଡିସ୍ଥିତ ନାଲକୋ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ୨୦୧୯ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଲୁସାନ୍ତା ସ୍କୁଲ, ଆଲୁମିନା ଗାର୍ଲସ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ସ୍କୁଲ, ଡିପିଏସ ଓ ଏସଭିଏମ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିପକ୍ଷରେ ଅବଗତ କରାଇ ପୋଷ୍ଟର ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସେହିପରି କୋରାପୁଟ ସରକାରୀ କଲେଜ, ଏଲିମ ଆଦିବାସୀ କଲେଜ ସେମିଳିଗୁଡା କଲେଜ ଓ ସାମନ୍ତ ଚନ୍ଦ୍ରଶେଖର ଇନଷ୍ଟିଚ୍ୟୁଟ ଓ ମ୍ୟାନେଜମେଂଟମାନଙ୍କରେ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସ୍କୁଲ ପିଲାଙ୍କ ପାଇଁ ସାଇକେଲ ଦୌଡ଼, ସମସ୍ତ ଜନସାଧାରଣଙ୍କ ପାଇଁ ଗଣଦୌଡ଼ମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମରିଚମାଳ ଗ୍ରାମଠାରେ ସମସ୍ତ ଗ୍ରାମବାସୀଙ୍କୁ ଦୁର୍ନୀତିର ମୂଳୋତ୍ପାଟନ ବିଷୟରେ ଅବଗତ କରାଯାଇଥିଲା । ଏହାଛଡା ନାଲକୋର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସ୍ଲୋଗାନ କୁଇଜ ଓ ଗୃହିଣୀମାନଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା । ମଙ୍ଗଳବାର ଦିନ ନାଲକୋ ତରଫରୁ ଆୟୋଜିତ ସେମିନାରରେ କୋରାପୁଟର ଏସପି ମୁକେଶକୁମାର ଭାମୁ ମୁଖ୍ୟ ଅତିଥି, ଶ୍ରୀସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଡିଏସପି, ଭିଜିଲାନ୍ସ, ମୁଖ୍ୟବକ୍ତା ଓ ରବିଶଙ୍କର ଦାସ, ଇଡି,ନାଲକୋ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସମସ୍ତଙ୍କୁ ଦୁର୍ନୀତିମୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ । ଉଦଯାପନୀ ଉତ୍ସବରେ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବାହ୍ଲାଢିପ ମଠରେ ଜିନ୍ଦଲ ବିରୁଦ୍ଧରେ ବୈଠକ

କୁଜଙ୍ଗ,୦୩/୧୧/୨୦୧୯(ଓଡ଼ିଶା ସମାଚାର)- ଢିଙ୍କିଆ ଚାରିଦେଶର ୩ ପଂଚାୟତର ମହିଳା ଓ ମୁରବିମାନେ ବାହ୍ଲାଢିପ ଠାରେ ବୈଠକକରି ଜିନ୍ଦଲ ଜନଶୁଣାଣିକୁ ବିରୋଧ …

Leave a Reply

Your email address will not be published. Required fields are marked *