Friday , November 22 2019
Breaking News
Home / ବିଶେଷ / ନାବାଳିକା ଦୁସ୍କର୍ମ ଅଭିଯୁକ୍ତକୁ ବିଭିନ୍ନ ଦଫାରେ ୨୦ ବର୍ଷ ଜେଲ ୫୦ ହଜାର ଜୋରିମାନା

ନାବାଳିକା ଦୁସ୍କର୍ମ ଅଭିଯୁକ୍ତକୁ ବିଭିନ୍ନ ଦଫାରେ ୨୦ ବର୍ଷ ଜେଲ ୫୦ ହଜାର ଜୋରିମାନା

କନ୍ଧମାଳ, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଲବାଣୀ ଅତିରିକ୍ତ ଜିଲା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମରବିଳାସ ବେହେରା ଖଜୁରିପଡା ଥାନା ଅଂଚଳର ଏକ ୧୨ ବର୍ଷର ନାବାଳିକାକୁ ରାତିରେ ଉଠାଇନେଇ ଦୁସ୍କର୍ମ କରିଥିବା ମାମଲାର ବିଚାରଣ କରି ଘଟଣାର ୭ ଜଣ ସାଖିଙ୍କ ବୟାନ ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ଖଜୁରିପଡା ଥାନା ଅନ୍ତର୍ଗତ କୁକୁରକୁମ୍ପା ଗ୍ରାମର ଦଶରଥ ସେଠୀ (୨୦) ଓରଫ୍ ବୁଲୁକୁ ବିଭିନ୍ନ ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହାଜର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ଆଦାୟ ଜୋରିମାନା ଅର୍ଥକୁ ପିଡିତାଙ୍କୁ କ୍ଷତିପୁରଣ ବାବଦରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣା ଅନୁସାରେ ଗତ ୨୮/୦୮/ ୨୦୧୫ ତାରିଖରେ ପିଡିତା ଶୌଚପାଇଁ ନିକଟସ୍ଥ ପଡିଆକୁ ଯାଇଥିବାବେଳେ ଦଶରଥ ତାର ଆଉଜଣେ ବନ୍ଧୁ ସହିତ ସେଠାରେ ପହଂଚି ପିଡିତାକୁ ଜୋରଜବରଦସ୍ତ କରି ଉଠାଇନେଇ ନିକଟରେ ଥିବା ଏକ ତେନ୍ତୁଳି ଗଛ ମୁଳରେ ତାସହିତ ଦୁସ୍କର୍ମ କରିଥିଲା । ଓଡ଼ିଶା ସମାଚାର

About admin

Check Also

ନବ ଉତ୍କଳର ନିର୍ମାତା ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ଦିଆଯାଉ

ମହତାବ ଏକାଡେମୀ ପକ୍ଷରୁ ମହତାବ ଜୟନ୍ତୀରେ ଦୃଢ଼ ଦାବି ଭୁବନେଶ୍ୱର ,୨୧/୧୧/୨୦୧୯(ଓଡ଼ିଶା ସମାଚାର)-ମହତାବ ଏକାଡେମୀ, ଓଡିଶା ପକ୍ଷରୁ ବିଶିଷ୍ଟ ସ୍ୱାଧିନତା …

Leave a Reply

Your email address will not be published. Required fields are marked *