Saturday , December 7 2019
Home / ତାଜା ଖବର / ନାବାଳିକାକୁ ମନ୍ଦିରରେ ବିବାହକରି ଫେରାର ଥିବା ଯୁବକ ଗିରଫ

ନାବାଳିକାକୁ ମନ୍ଦିରରେ ବିବାହକରି ଫେରାର ଥିବା ଯୁବକ ଗିରଫ

କେନ୍ଦ୍ରାପଡା,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଜନୈକ ନାବାଳିକାକୁ ମନ୍ଦିରରେ ବିବାହକରି ଫେରାର ଥିବା ଯୁବକକୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଓରଗଳ ଗ୍ରାମର ପରମାନନ୍ଦ ମଲ୍ଲିକଙ୍କ ପୁଅ ରାଜକିଶୋର ମଲ୍ଲିକ(୩୦) ସେହିଥାନା ଅନ୍ତର୍ଗତ ବାଙ୍କିମୁଣ୍ଡାଇ ଗ୍ରାମର ଜନୈକ ୧୬ବର୍ଷ ୧୧ମାସ ୧୮ଦିନର ନାବାଳିକାକୁ ଘରୁ ନେଇଯାଇ ସେ ୧୯ବର୍ଷ ବୟସର ବୋଲି ଏକ ଆଧାରକାର୍ଡ ଦେଖାଇ ଡେରାବିଶ ବ୍ଲକର ଲଛମନଜୀଉଙ୍କ ମନ୍ଦିରରେ ବିବାହ କରି କେଉଁଆଡେ ନେଇ ପଳାଇଯାଇଥିବା ସମ୍ପର୍କରେ ନାବାଳିକାର ପିତା ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଆଧାରକରି ପୋଲିସ କେଶ ନମ୍ବର ୧୯୦/୨୦୧୯ରେ ଏକ ମାମଲା ଆଇ.ପି.ସି.ର ଦଫା ୩୬୩,୩୬୬(କ),୩୭୬,+୨ଏନ.ଆଇ.,୬ପୋକ୍ସୋ ଆକ୍ଟ,୪ ଓ ୫ ଶିଶୁ ବିବାହ ନିରୋଧ ଆଇନରେ ରୁଜୁକରି ତଦନ୍ତ ଜାରିରଖିଥିଲା । ଏକ ବିଶେଷ ସୁତ୍ରରୁ ଖବରପାଇ ମୋବାଇଲ ଟ୍ରାକିଂ ମାଧ୍ୟମରେ ସୋମବାର ବିଳମ୍ବିତ ରାତିରେ ସଦର ଥାନା ସବଇନିସପେକ୍ଟର ରମାକାନ୍ତ ବେହେରା ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକଙ୍କୁ ପାରାଦୀପଗଡ ଥାନା ଅନ୍ତର୍ଗତ ନୂଆଗଡର ଏକ ଗୃହରୁ ଉଦ୍ଧାରକରି ଥାନାରେ ଅଟକ ରଖିଥିଲେ । ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜି ଷ୍ଟ୍ରେଟଙ୍କ କୋର୍ଟରେ ନାବାଳିକାର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିଲା । ଅଭିଯୁକ୍ତ ଯୁବକ ରାଜକିଶୋରର ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିବା ବେଳେ ନାବାଳିକାକୁ କୋର୍ଟଙ୍କ ଅନୁମତି କ୍ରମେ ତା’ର ପିତାଙ୍କ ଦାୟିତ୍ୱରେ ଛଡାଯାଇଛି । ଓଡ଼ିଶା ସମାଚାର

About admin

Check Also

ନକଲି ସାର୍ଟିଫିକେଟରେ ଚାକିରୀ, ଧରା ପଡିଲେ ୨ ଶିକ୍ଷକ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୨ ଜଣ ଶିକ୍ଷକ ଧରା ପଡିଥିବା ଜଣାପଡିଛି । ଘଟଣାରୁ …

Leave a Reply

Your email address will not be published. Required fields are marked *