Tuesday , February 25 2020
Breaking News
Home / ରାଜନୀତି / ନାନ୍ଦୋଳ ପଂଚାୟତ ବିଜେଡ଼ି କର୍ମୀ ସମାବେଶ ଓ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଉତ୍ସବ

ନାନ୍ଦୋଳ ପଂଚାୟତ ବିଜେଡ଼ି କର୍ମୀ ସମାବେଶ ଓ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଉତ୍ସବ

ସାଲେପୁର  ୧୨/୦୨/୨୦୨୦(ଓଡ଼ିଶା ସମାଚାର/ ଅଭୟ ଜେନା) : ନାନ୍ଦୋଳ ସ୍ଥିତ ବାସୁଲେଇ ପଡ଼ିଆରେ ବିଜୁ ଜନତା ଦଳର ପଂଚାୟତ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ଓ ଆଇନ୍ ,ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାରରେ ହେଉଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ କର୍ମୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ହାତ ମୁଠାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ନାନ୍ଦୋଳ ପଂଚାୟତ ସଭାପତି ଜ୍ଞାନରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଶାନ୍ତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ , ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ‘ଆତ୍ମା’ ର ସଭାପତି ଦିଲ୍ଲିପ ଦାଶ, ଉପାଧ୍ୟକ୍ଷ ରମେଶ ଜେନା, ସରପଂଚ ମନସ୍ମିତା ସ୍ୱାଇଁ, , କାହ୍ନୁଚରଣ ପତି, ମନୋରଂଜନ ସ୍ୱାଇଁ, ନିଲୁ ବିଶ୍ୱାଳ, ଶିଶିର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ ନାନ୍ଦୋଳ ପ୍ରାନୀୟ ଜଳ ପ୍ରକଳ୍ପ, ଯୁବବାହିନୀ ଗୋଷ୍ଠୀ କେନ୍ଦ୍ର, ନେତାଜୀ କ୍ଲବ୍ ଘର, ବାସୁଲେଇ କୋଠାଘର, ଭାତପଡ଼ା ମିଶନ ଶକ୍ତି ଗୃହ ଓ ପାଠାଗାର , ସଉରୀ ସମବାୟ ସମିତିଗୃହ ଆଦି ଉଦଘାଟନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଭାବରେ ପୂର୍ବତନ ସରପଂଚ …

Leave a Reply

Your email address will not be published. Required fields are marked *