Friday , October 18 2019
Breaking News
Home / ଶିକ୍ଷା / ନାଉଗାଁରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି

ନାଉଗାଁରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି

ନାଉଗାଁ ୦୩/୧୦/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଲକର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଜାତିର ପିତା ମହାତ୍ମା ଗାନ୍ଧି ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ମହା ସମାରୋହରେ ପାଳିତ କରାଯାଇଛି । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତି ଅବସରରେ ନାଉଗାଁସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତି ଉନମୋଚିତ ହୋଇଯାଇଛି । ଏହି ପ୍ରତି ମୁର୍ତିକୁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଉନ୍ମୋଚନ କରିଥିଲେ । ଉକ୍ତ ଉନ୍ମୋଚ ଉତ୍ସବରେ ସମାଜ ସେବି ସଂଜୟ କୁମାର ସାହାଣି,ମହାବିଦ୍ୟାଳୟର ଅଧ୍ୟକ୍ଷ ଜଟାଧାରି ମହାନ୍ତି,ଡଃ ଚାଇନା ପ୍ରଧାନ,ପୁର୍ବତନ ଅଧ୍ୟକ୍ଷ କ୍ଷେତ୍ରବାସି ମିଶ୍ର,ତୁଷାର କୁମାର ଦାସ,ଦେବଜ୍ୟୋତି ମହାନ୍ତି,ମହାଦେବ ସେଠୀ,ପ୍ରସନ୍ନଜିତ୍ ସାହୁ ପ୍ରମୁଖ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧି ଓ ଲାଲ ବାହାଦୁର୍ ଶାସ୍ତ୍ରୀଙ୍କ ଦେଶ ଓ ଜାତି ପାଇଁ ଅବଦାନ ଅତୁଳନୀୟ ସାର ବିଶ୍ୱ ଅହିଂସା ଓ ଗାନ୍ଧୀଙ୍କ ମାର୍ଗରେ ଅନୁସରଣ କରୁଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ର ନେତା ସୋମ୍ୟସଞ୍ଜିବ ଦାସ,ସରୋଜ କୁମାର ଲେଙ୍କ,ସୃତିରଞ୍ଜନ ଜେନା,ଅଜୟ ସାହୁ,ବିକାଶ ନାୟକ,ସେହିପରି ନାଉଗାଁ ହାଟ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷକ ଭାବ ଗ୍ରାହି ଭୋଳଙ୍କ ସଭାପତିତ୍ୱରେ ବକ୍ତୃତା ପ୍ରତିଯୋଗିତା ନଗର ପରିକ୍ରମା,ଓ ଗାନ୍ଧିଜିଙ୍କ ଜିବନୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ସ୍ମାରକି ବିଦ୍ୟାପିଠ ତିରୁଣା ଠାରେ ଶୋଭାଯାତ୍ରା ଓ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା …

Leave a Reply

Your email address will not be published. Required fields are marked *