Monday , December 16 2019
Breaking News
Home / କୃଷି / ନାଉଗାଁରେ କୃଷକ ସୁରକ୍ଷା ଅଭିଯାନ

ନାଉଗାଁରେ କୃଷକ ସୁରକ୍ଷା ଅଭିଯାନ

ନାଉଗାଁ ୩୦/୧୧/୨୦୧୯(ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ଆନୁକୁଲ୍ୟରେ ପରିଚାଳିତ ‘କୃଷକ ସୁରକ୍ଷା ଅଭିଯାନ’ ନାଉଗାଁ ବ୍ଲକସ୍ଥିତ ବଛାଳୋ ପଂଚାୟତ ଅନ୍ତର୍ଗତ ଭଣ୍ଡାଇଲୋ ଗ୍ରାମ ଅନନ୍ତ ଗୋପାଳ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଟ କୃଷକ ନେତା ବ୍ରହ୍ନାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସହସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ, ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ବ୍ଲକ ସଂଯୋଜକ କୈଳାଶ ଚନ୍ଦ୍ର ପରିଡା, ଜିଲ୍ଲା କମିଟି ସଦସ୍ୟ ପ୍ରଫୁଲ ପରିଡା, ଶରତ ଚନ୍ଦ୍ର ନାୟକ, ବାଲିକୁଦା ବ୍ଲକର ଅଶୋକ କୁମାର ସ୍ୱାଇଁ, ଦେବାଶିଷ ଦାସଙ୍କ ସମେତ ଶତାଧିକ କୃଷକ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଚାଷୀର ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହିତ ଶୀତଳ ଭଣ୍ଡାର, ଜଳସେଚନ ଓ କଳ ନିଷ୍କାସନ ଏବଂ ଚାଷୀର କାଳିଆ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ସମସ୍ତ ଦାବିକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *