Thursday , November 14 2019
Breaking News
Home / କୃଷି / ନର୍ଲା ବ୍ଳକ ଉଠା ଜଳସେଚନ ରେ ବ୍ୟାପକ ଅବ୍ୟବସ୍ଥା ସଙ୍କଟ ରେ ଚାଷୀ କୂଳ  

ନର୍ଲା ବ୍ଳକ ଉଠା ଜଳସେଚନ ରେ ବ୍ୟାପକ ଅବ୍ୟବସ୍ଥା ସଙ୍କଟ ରେ ଚାଷୀ କୂଳ  

କଳାହାଣ୍ଡି, ୧୭/୧୦/୨୦୧୯ (ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବେହେରାପାଟି ଗ୍ରାମରେ ଦେଖିବାକୁ ମିଳୁଛି ଚାଷୀ ଙ୍କ ଦୁର୍ଦ୍ଦଶା । ଚାଷୀ ଙ୍କ ଉନ୍ନତି ଓ ଆୟ ଦୁଇଗୁଣା କରିବା ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ରସରକାର ଯୋଜନା ଉପରେ ଯୋଜନା ଯଥା କାଳିଆ, କିଷାନନିଧି,ଜଳନିଧି,ପିଏମ କିଷାନ,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଭଳି ମାଲ ମାଲ ଯୋଜନା କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ତାର ଏକ ଦିଗହରା ନଗ୍ନ ନମୁନା ଉଦାହରଣ ସାଜିଛି ନର୍ଲା ବ୍ଲକ ସନ୍ଦୁଲ ନଦୀ ରେ ବସିଥିବା କିଛି ଏଲଆଇ ପଏଣ୍ଟ । ମୋଟ ସତଗୋଟି ପଏଣ୍ଟ ରୁ ବର୍ତମାନ ଭଲଭାବରେ ଦୁଇ ଗୋଟି କାର୍ୟ୍ୟ କ୍ଷମ ହେଉଥିବା ବେଳେ ପାଞ୍ଚ ଗୋଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି ଉକ୍ତ ପାଞ୍ଚ ଗୋଟି ପାଣି ପଞ୍ଚାୟତ ର ସମସ୍ତ ଚାଷୀ ଙ୍କ ଜମିରେ ପାଣି ନ ପାଇ ଧାନ ବିଲ ଫାଟି ଆଁ କଲାଣି ଧାନ ମରିବା ଦେଖି ସମସ୍ତ ଚାଷୀ ବିଭାଗୀୟ ଜେ.ଇ, ଏସଡ଼ିଓ, ଓ ନିର୍ବାହୀ ଯନ୍ତ୍ରୀ ଭବାନୀପାଟଣା କୁ ବାରମ୍ବାର ଜଣାଇ ନିରାଶ ହେବା ପରେ ୨୦୧୭ ମସିହାରେ ଓଡିଶା ଉଠା ଜଳସେଚନ ନିଗମର ଚିଫ୍ ଇଞ୍ଜିନିୟର ଓଡ଼ିଶା ସରକାର ଙ୍କୁ ଜଣାଇ ଥିଲେ ମଧ୍ୟ ସ୍ଥିତି ଯେମିତି କୁ ସେମିତି ସତେ ଯେମିତି ଚାଷୀ ଙ୍କ ଦୁଃଖ ଦେଖିବା ପାଇଁ କେହି ନାହାନ୍ତି କେବଳ ବିଭାଗ ତରଫରୁ ଅଭିଯୋଗ ନମ୍ବର ୪୫/୨୦୧୭ ରେ ପତ୍ର ସଂଖ୍ୟା ୧୪୯୪୮ ତା ୧୯.୧୨.୨୦୧୭ ରେ ନିର୍ବାହୀ ଯନ୍ତ୍ରୀ ଭବାନୀପାଟଣା କୁ ଏକ ପତ୍ର ଲେଖି କାମସାରି ଦେଇ ଥିବା ବେଳେ ଫଣ୍ଡ ଅଭାବ ଦେଖାଇ ନିର୍ବାହୀ ଯନ୍ତ୍ରୀ ତିନିବର୍ଷ ଗଡ଼ାଇ ଚାଲିଛନ୍ତି ସେପଟେ ଚାଷୀମାନେ ପାଣି ନାଳ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ଧାନ ମରିବା ଫଳରେ ଦିନକୁ ଦିନ ସ୍ଥିତି ଦୟନିୟ ହେଉଛି ଓ ଚାଷୀ ଜୀବିକା ହରାଉଛନ୍ତି ତମାମ ବିଷୟରେ ସମସ୍ତ ଅଧିକାରୀ ଙ୍କୁ ବାରମ୍ବାର ଦୁଃଖ ଜଣାଇଥିଲେ ମଧ୍ୟ ସୁଫଳ ମିଳିନଥିବାରୁ ସମସ୍ତ ଚାଷୀ ସରକାରୀ କଲ ବିଧିବ୍ୟବସ୍ଥା ଉପରେ ଆସ୍ଥା ତୁଟାଇ ଭଗବାନ ଭରଷା ବୋଲି କ୍ଷୋଭର ସହିତ ବିକାଶ ର ଡିଣ୍ଡିମ ପିଟୁଥିବା ସରକାର ଙ୍କୁ ଦାୟୀ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ବୁଲବୁଲ ପ୍ରଭାବରେ ଉତରକୂଳ ପଂଚାୟତରେ ବ୍ୟାପକ କ୍ଷତି – ସରକାରୀ ସହାୟତା ପାଇଁ ଦାବି

ତାରପୁର,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା କୃଷି ବିଭାଗ ଓ କିଶନନଗର ରାଜସ୍ୱ ବିଭାଗ ଅଧିନସ୍ଥ ଉତରକୂଳ ପଂଚାୟତରେ ବାତ୍ୟା …

Leave a Reply

Your email address will not be published. Required fields are marked *