Friday , October 18 2019
Breaking News
Home / କ୍ରୀଡ଼ା / ନରେନ୍ଦ୍ର ଜେନା ମେମୋରିଆଲ ପୂର୍ବାଂଚଳ ଫୁଟବଲ ଟେନିସ୍ ପ୍ରତିଯୋଗିତା ଉଦଘାଟିତ

ନରେନ୍ଦ୍ର ଜେନା ମେମୋରିଆଲ ପୂର୍ବାଂଚଳ ଫୁଟବଲ ଟେନିସ୍ ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର,୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ଶନିବାର ସକାଳ ୧୧ ଘଟିକା ସମୟରେ ନରେନ୍ଦ୍ର ଜେନା ମେମୋରିଆଲ ପୂର୍ବାଂଚଳ ଫୁଟବଲ ଟେନିିସ୍ ଚମ୍ପିୟନସିପ୍ ସ୍ଥାନୀୟ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ, ନୟାପଲ୍ଲୀଠାରେ ଉଦଘାଟିତ ହୋଇଯାଇଛି । ଉକ୍ତ ଖେଳକୁ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଡଃ ସୌର୍ଯ୍ୟ ରଞ୍ଜନ ପରିଜା ଉଦଘାଟିତ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ ଟେନିସ୍ ର ସମ୍ପାଦକ ପି. ସୁଗୁମାରନ, ସମାଜସେବିକା ପଦ୍ମଜା ପି୍ରୟଦର୍ଶିନୀ ଜେନା, ଫୁଟବଲ ଟେନିିସ୍ ର ସର୍ବଭାରତୀୟ ଉପସଭାପତି ସହଦେବ ରାଉତ, ସିଟି କ୍ଲବର ସମ୍ପାଦକ ପ୍ରଦିପ ରାଉତରାୟ, ଆନ୍ତର୍ଜାତିକ କ୍ରୀଡ଼ା ପରିଚାଳକ ସୁନିତା ପାତ୍ରଙ୍କ ସମେତ ବିଭିନ୍ନ ପ୍ରଦେଶରୁ ଆସିଥିବା ଅଫିସିଆଲମାନେ ଉପସ୍ଥିତ ଥିଲେ । ଏହି ଖେଳ ୨ ଦିନ ଧରି ଅନୁଷ୍ଠିତ ହେବ । ରବିବାର ୨୯.୯.୨୦୧୯ରିଖ ଅପରାହ୍ନ ୫ ଘଟିକା ସମୟରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତରେ ପୁରୁଷ ବିଭାଗରେ ୬ ଗୋଟି ଏବଂ ମହିଳା ବିଭାଗରେ ୪ ଗୋଟି ଦଳ ଭାଗ ନେଇଛନ୍ତିି । ଶ୍ରୀଯୁକ୍ତ ପରିଜା କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଶ୍ରୀଯୁକ୍ତ ସହଦେବ ରାଉତ ଓଡ଼ିଶାର କୃତି ସମ୍ପନ୍ନ କ୍ରୀଡ଼ାବିତମାନଙ୍କ ବିଷୟରେ ଆଲୋଚନା କରି କ୍ରୀଡ଼ାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଳେ । ଉକ୍ତ ଖେଳକୁ ସୁଜିତ୍ ପାତ୍ର, ପଂଚାନନ ବଳ, ଆନ୍ନା କେରକଟା, ରସ୍ମିତା ମହାନ୍ତି, ସୁଦାମ ଚରଣ ମିଶ୍ର ଓ ସଞ୍ଜୟ କୁମାର ମାଲିକ ପରିଚାଳନା କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ୍ ଖାନ୍ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶ୍ରୀମତୀ ସୁମିତ୍ରା ତି୍ରପାଠୀ ପ୍ରଥମ ମହିଳା ବିଚାରକ

ଭୁବନେଶ୍ୱର,୦୯/୧୦/୨୦୧୯ ( ଓଡ଼ିଶା ସମାଚାର)- ୨୭.୯.୨୦୧୯ରିଖ ଠାରୁ ତା ୩.୧୦.୨୦୧୯ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଟାମଠାରେ ଅନୁଷ୍ଠିତ ୫୩ତମ ଏସିଆନ ସୁନ୍ଦର …

Leave a Reply

Your email address will not be published. Required fields are marked *