Monday , December 16 2019
Breaking News
Home / ବିଶେଷ / ନବ ଉତ୍କଳର ନିର୍ମାତା ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ଦିଆଯାଉ

ନବ ଉତ୍କଳର ନିର୍ମାତା ଡଃ ହରେକୃଷ୍ଣ ମହତାବଙ୍କୁ ଭାରତରତ୍ନ ଦିଆଯାଉ

ମହତାବ ଏକାଡେମୀ ପକ୍ଷରୁ ମହତାବ ଜୟନ୍ତୀରେ ଦୃଢ଼ ଦାବି

ଭୁବନେଶ୍ୱର ,୨୧/୧୧/୨୦୧୯(ଓଡ଼ିଶା ସମାଚାର)-ମହତାବ ଏକାଡେମୀ, ଓଡିଶା ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଓଡିଶା ଗଠନର ପ୍ରମୁଖ ବିନ୍ଧାଣୀ, ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମିଡିଆ ଏକାଡେମୀ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଓଡିଶାର ଇତିହାସକୁ ଯଦି ଆମେ ତନ୍ନ ତନ୍ନ କରି ତର୍ଜମା କରିବା ତେବେ ନବ ଉତ୍କଳ ର ନିର୍ମାତା ଯେ ଡଃ ହରେକୃଷ୍ଣ ମହତାବ ଥିଲେ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏଭଳି ଜଣେ ଓଡିଶାର ମହାନ ଜନନାୟକଙ୍କୁ ଆଜି ପର୍ଯ୍ୟନ୍ତ ଭାରତରତ୍ନ ମିଳିପାରିଲା ନାହିଁ । ଏଥିପାଇଁ ଓଡିଶାର ନୂତନ ଯୁବପିଢ଼ୀ ଭାରତ ସରକାରଙ୍କ ଠାରେ ଦୃଢ଼ ଦାବି କରିବାକୁ ସେ ଆହ୍ୱାନ ଜଣାଇଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସ କହିଲେ ଯେ, ଓଡିଶାର ସ୍ୱାଧିନତା ସଂଗ୍ରାମ, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚଳଣୀରେ ଡଃ ହରେକୃଷ୍ଣ ମହତାବଙ୍କ ଅବଦାନ ଅନନ୍ୟ । ସ୍ୱାଧିନତା ସଂଗ୍ରାମ ସମୟରେ ତାଙ୍କର ନେତୃତ୍ୱ ଭାରତବର୍ଷର ନେତୃବୃନ୍ଦଙ୍କୁ ଚମକାଇ ଦେଉଥିଲା । ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଯାଇଛନ୍ତି । ତାଙ୍କର ଅବଦାନ ଓଡିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଅନ୍ୟତମ ଅତିଥି ମହାବୋଧି ସୋସାଇଟିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ଆଜି ଯେଉଁ ଭୁବନେଶ୍ୱରକୁ ନେଇ ଆମେ ଗର୍ବ କରୁଛେ, ଏହା ଡଃ ମହତାବଙ୍କର ଦୂରଦୃଷ୍ଟିର ଏକ ଜ୍ୱଳନ୍ତ ପ୍ରମାଣ । ଏହି ଅବସରରେ ମୁଖ୍ୟ ଅତିଥି ଡଃ ବିମଳେନ୍ଦୁ ମହାନ୍ତି ବିଶିଷ୍ଟ ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟଙ୍କୁ ‘ମହତାବ ସମ୍ମାନ-୨୦୧୯’ ପ୍ରଦାନ କରିଥିଲେ । ଶେଷରେ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *