Saturday , February 29 2020
Breaking News
Home / ରାଜନୀତି / ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ,୧୭/୦୧/୨୦୨୦ (ଓଡ଼ିଶା ସମାଚାର)- ଓଡିଶା ବିଜେପି ଶାଖାର ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ବୋଲି ତାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନ ବିସ୍ତାର, ଜନସ୍ୱାର୍ଥରେ ଆନ୍ଦୋଳନ ଓ ଏଥିପାଇଁ ଜନ ବିଶ୍ୱାସ ପ୍ରାପ୍ତ କରିବାରେ ବହୁମାତ୍ରାରେ ସଫଳ ହୋଇଛି । ଗତ ନିର୍ବାଚନରେ ଦଳ ଲୋକସଭାରେ ୩୮ ପ୍ରତିଶତ ଓ ବିଧାନସଭାରେ ୩୨ ପ୍ରତିଶତ ଭୋଟ ହାସଲ କରିଛି । ଦଳ ୮ ଲୋକସଭା ଆସନରେ ବିଜୟ ଲାଭ କରିଛି । ଯେଉଁ କାରଣରୁ ଦିଲ୍ଲୀ ଦରବାରରେ ମୋଦି ଶାସନରେ ଓଡିଶାର ସ୍ୱରକୁ ଦଳୀୟ ସାଂସଦ ମାନେ ପ୍ରଭାବଶାଳୀ ଢଙ୍ଗରେ ଉଠାଇପାରୁଛନ୍ତି । ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ । ଏହି ଦୃଢତା ଓ ସଂକଳ୍ପ ବିଜେପିର କାର୍ଯ୍ୟକର୍ତାଙ୍କୁ ନେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ ବରଂ ଦୀର୍ଘ ୭୦ ବର୍ଷ ଧରି ଓଡିଆ ଲୋକ ଯେଉଁ ନିଜ ହକ୍‌ରୁ ବଂଚିତ ଅଛି ତାହାକୁ ବିଜେପି ପ୍ରଶାସନ ଓ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରୁଛି । ବିଜେପିକୁ ୩୭ ହଜାର ବୁଥରେ ମଜବୁତ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କାର୍ଯ୍ୟକାରୀ ସଭାପତି ଜଗତପ୍ରସାଦ ନଡ୍ଡାଙ୍କ ବାର୍ତାକୁ ଜନସାଧାରଣଙ୍କ ପାଖରେ ପହଁଚାଇବାକୁ ପଡିବ । ରାଜ୍ୟରେ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ହେବ ଶ୍ରୀ ପ୍ରଧାନ କହିଛନ୍ତି ।
ଯଦି କେହି ଭାବୁଥିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି କେବଳ ଆବାସ ଯୋଜନା କରିବୁ ତେବେ ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ସେ ଦିବାସ୍ୱପ୍ନକୁ ବିଜେପି ବିଧାନସଭା ଭିତରେ ଏବଂ ବାହାରେ ଏବଂ ଦିଲ୍ଲୀର ଲୋକସଭା ଓ ରାଜ୍ୟସଭାର ଗୃହରେ ମଧ୍ୟ ବିରୋଧ କରିବ । ଏ ପ୍ରକାର ଅପେକ୍ଷା ଓ ଦୃଢତା ବିଜେପି ପାଖରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି ଦେଶ, ରାଜ୍ୟ, ଜିଲ୍ଲା, ବିଭିନ୍ନ ମଣ୍ଡଳ ଏବଂ ବୁଥରେ କଥାକଥିତ ଧାରଣାକୁ ବଦଳାଇ ଧୀରେଧୀରେ ଏକ ସଶକ୍ତ ରାଜନୈତିକ ସଂଗଠନ ଭାବେ ନିଜକୁ ଗଢିବାର ପ୍ରୟାସ ଜାରୀ ରଖିଛି ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *