Saturday , November 16 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ନନ୍ଦପୁର ଜୋନସ୍ତରୀୟ ପରବ ଉଦଘାଟିତ – ଢେମସା,ନାଚ,ଗିତରେ ଦୁଲୁକିଲା ପରବ ପଡିଆ

ନନ୍ଦପୁର ଜୋନସ୍ତରୀୟ ପରବ ଉଦଘାଟିତ – ଢେମସା,ନାଚ,ଗିତରେ ଦୁଲୁକିଲା ପରବ ପଡିଆ

ନନ୍ଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଲୋକ ମହୋତ୍ସବ ପରବ ୨୦୧୯ ର ଶୁଭ ଉଦଘାଟନୀ ଉତ୍ସବ ନନ୍ଦପୁର ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ମିଳିତ ଭାବେ ଆୟୋଜିତ ପରବ ୨୦୧୯ର ଜୋନ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି । ଜୋନସ୍ତରୀୟ ପରବରେ ନନ୍ଦପୁର ବିଡିଓ କୈଳାସଚନ୍ଦ୍ର ସିଅଳ   ଜୋନ ସ୍ତରୀୟ ପରବ ଉଦଘାଟନ କରିଛନ୍ତି । ପ୍ରଥମେ ୧୩ଟି ପଂଚାୟତର ସରପଂଚ, ସମିତି ସଭ୍ୟ/ ସଭ୍ୟା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ପରବ ମଶାଲ ଶୋଭାଯାତ୍ରାରେ ଆଣିବା ପରେ ହିକିମପୁଟ ପଂଚାୟତ ପଡିଆରେ ୧୩ଟି ଗ୍ରାମ ପଂଚାୟତକୁ ନେଇ ଜୋନସ୍ତରୀୟ ପରବ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନନ୍ଦପୁର ବିଡିଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଆୟୋଜିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବ୍ଳକ ଅଧକ୍ଷ ମଦୁ ମୁଦୁଲି ,ସମ୍ମାନିତ ଅତିଥି ଭାବେ ,ନନ୍ଦପୁର ଜିଲ୍ଳାପରିଷଦ ସଭ୍ୟ ପ୍ରଭାତ ଗୁରୁମାଇ, ନନ୍ଦପୁର ବ୍ଳକ ସରପଂଚ ସଂଘ ସଭାପତି ଡମ୍ବରୁଧର ଭଣ୍ଡା, ନନ୍ଦପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳକୃର୍ଷ୍ଣ ବେବର୍ତା, ଗୋପାଳ ମାଟାମ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ କାଶିନାଥ ଗୋଲୋରୀ, ପୂର୍ବତନ ନନ୍ଦପୁର ସରପଂଚ ଜଗନ୍ନାଥ ପାଙ୍ଗି, ବିଜେଡି ସଙ୍ଗଠନ କୋଅର୍ଡିନେଟର ଭଗବାନ ପେଟିଆ, ନନ୍ଦପୁର ପୂର୍ବତନ ଜିଲାପରିଷଦ ସଭ୍ୟ ଜୟରାମ ଭୋଇ, ନନ୍ଦପୁର ବ୍ଲକ ବଜେଡି ସଭାପତି ରାମେଶ୍ୱର ଦୋରା ପ୍ରମୁଖ ଯୋଗଦେଇଥିଲେ । ଲୋକ ମହୋତ୍ସବ ପରବ ୨୦୧୯ ରେ ଗ୍ରାମାଂଚଳର ଲୁକ୍କାୟିତ କଳା ସଂସ୍କୃତିକୁ ଦେଶ ନୁହେଁ ବିଶ୍ୱ ସ୍ତରରେ ପହଂଚାଇବା ନେଇ ଯେଉଁ ଉଦେଶ୍ୟ ରହିଛି ତାହା କେବଳ ଏକ ପ୍ରୟାସ ମାତ୍ର ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିକିମପୁଟ ସରପଂଚ ଦିଲ୍ଲୀପକୁମାର ଭୋଇ, ନନ୍ଦପୁର ସରପଂଚ ବାସୁଦେବ ଖରା, କସନ୍ଦୀ ସରପଂଚ ରଘୁନାଥ ଖରା, ଦେବ ଶିଶା, ସମରାଜ ପାଙ୍ଗି , ନନ୍ଦପୁର ବ୍ଲକ ଏଇଇ ଶିବ ପ୍ରସାଦ ପାଢ଼ି, ଜେ.ମିନକେତନ ଦାସ୍, ବାବୁଲା ବେହେରା ନନ୍ଦପୁର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ପାଙ୍ଗି, ହରିଶଙ୍କର ନାଇକ ଏବଂ ସମସ୍ତ ପିଇଓ ମାନେ ଯୋଗ ଦେଇଥିଲେ । ସାମ୍ବାଦିକ ଟଙ୍କଧର ଖରା ପରିଚାଳନା କରିଥିବା ବେଳେ, ନନ୍ଦପୁର ପୂର୍ବତନ ସରପଂଚ, ସମିତିସଭ୍ୟା ବିଜୟଲକ୍ଷ୍ମୀ ପଟ୍ଟନାୟକ, ପୂର୍ବତନ ସରପଂଚ କାଂଚନ ଖେମୁଣ୍ଡୁ, ସମାଜସେବୀ ଏ.ଲୋକନାଥ ,ଡିଆରଏସ୍ ମନୋଜ କୁମାର ହିଆଲ, କୋମଳରାଓ ସ୍ମିଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *