Friday , October 18 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ନନ୍ଦନକାନନରେ ହାତୀ ମଡ଼କ – ହରପିସ ରେ ପୁଣି ଏକ ମାଈ ହାତୀର ମୃତ୍ୟୁ

ନନ୍ଦନକାନନରେ ହାତୀ ମଡ଼କ – ହରପିସ ରେ ପୁଣି ଏକ ମାଈ ହାତୀର ମୃତ୍ୟୁ

ଭୁବନେଶ୍ୱର ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନ ରେ ହରପିସ ଭୟ । ନିକଟରେ ଏହି ଭୁତାଣୁ ରେ ସଙ୍କ୍ରମିତ ହୋଇ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଛି । ଗତକାଲି ଏକ ମାଈ ହାତୀ କମଳାର ମୃତ୍ୟୁ ହୋଇଛି । ବୁଧବାର ଠାରୁ ସେ ଖାଇନଥିଲା । ତାର ଚିକିତ୍ସା କରାଯାଉଥିଲା । ଏହି ମାଈ ହାତୀ କମଳା ର ବୟସ ମାତ୍ର ୭ ବର୍ଷ ହୋଇଥିଲା । ଏହା ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖରେ ଚନ୍ଦନ ନାମକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିବାବେଳେ ଏହା ପୂର୍ବରୁ ଅଗଷ୍ଟ ୨୫ ତାରିଖ ଦିନ ଏକ ମାଈ ହାତୀ ଜୁଲୀ ର ମୃତ୍ୟୁ ହୋଇଥିଲା । ତେଣୁ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଥିବାରୁ ଏହା ଏକ ଚିନ୍ତାଜନକ ବିଷୟ ହୋଇ ପଡ଼ିଛି । ବର୍ତମାନ ନନ୍ଦନକାନନରେ ହାତୀ ସଂଖ୍ୟା ୫ କୁ ଖସିଆସିଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ପର୍ଯ୍ୟଟନ ଦିବସରେ ଚିଲିକା ସୁରକ୍ଷା ପାଇଁ ୧୦୦ ଗୀ୍ରନ୍ କମାଣ୍ଡା ଶପଥ ନେଲେ

ନିରାକାରପୁର/ଟାଙ୍ଗୀ,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରେରଣା ଇରନ୍ୟାସନାଲ ଗ୍ରୀନ ଆର୍ମି ଓ ର୍ମଙ୍ଗଳା ଯୋଡି ଉକୋ …

Leave a Reply

Your email address will not be published. Required fields are marked *