Friday , October 18 2019
Breaking News
Home / ତାଜା ଖବର / ନନ୍ଦନକାନନରେ ହାତୀ ମଡ଼କ – ପୁଣି ଏକ ମାଈ ଛୁଆ ହାତୀ ଗୌରୀ ର ମୃତ୍ୟୁ

ନନ୍ଦନକାନନରେ ହାତୀ ମଡ଼କ – ପୁଣି ଏକ ମାଈ ଛୁଆ ହାତୀ ଗୌରୀ ର ମୃତ୍ୟୁ

ଭୁବନେଶ୍ୱର,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନ ରେ ହରପିସ ଭୁତାଣୁ ଭୟ । ନିକଟରେ ଏହି ଭୁତାଣୁ ରେ ସଙ୍କ୍ରମିତ ହୋଇ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଛି । ଗତକାଲି ଠାରୁ ଅସୁସ୍ଥ ଥିବା ମାଈ ଶିଶୁ ହାତୀ ଗୌରୀ ଆଜି ଆଖି ବୁଜିଛି । ସେ ଗତକାଲି ଠାରୁ ଅସୁସ୍ଥ ଥିଲା । ଗତକାଲି ଏକ ମାଈ ହାତୀ କମଳାର ମୃତ୍ୟୁ ହୋଇଥିଲା । ବୁଧବାର ଠାରୁ ସେ ଖାଇନଥିଲା । ତାର ଚିକିତ୍ସା କରାଯାଉଥିଲା । ଏହି ମାଈ ହାତୀ କମଳା ର ବୟସ ମାତ୍ର ୭ ବର୍ଷ ହୋଇଥିଲା । ଏହା ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖରେ ଚନ୍ଦନ ନାମକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିବାବେଳେ ଏହା ପୂର୍ବରୁ ଅଗଷ୍ଟ ୨୫ ତାରିଖ ଦିନ ଏକ ମାଈ ହାତୀ ଜୁଲୀ ର ମୃତ୍ୟୁ ହୋଇଥିଲା । ତେଣୁ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଥିବାରୁ ଏହା ଏକ ଚିନ୍ତାଜନକ ବିଷୟ ହୋଇ ପଡ଼ିଛି । ବର୍ତମାନ ନନ୍ଦନକାନନରେ ହାତୀ ସଂଖ୍ୟା ୪ କୁ ଖସିଆସିଛି । ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଭୟ ରେ ଗାଁ ଛାଡିଲେ ୬ ଟି ଆଦିବାସୀ ପରିବାର

ମାଲକାନଗିରି,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ନକ୍ସଲଙ୍କ ଅତ୍ୟାଚାର, ମାଓବାଦୀଙ୍କ ନାଲି ଆଖି ଭୟରୁ ନିରୀହ ଆଦିବାସୀ ମରିମରି ବଂଚିବା ଅପେକ୍ଷା ସବୁଦିନ ପାଇଁ …

Leave a Reply

Your email address will not be published. Required fields are marked *