Monday , February 24 2020
Home / କ୍ରୀଡ଼ା / ନଟବର ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

ନଟବର ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ 

ଗରଦପୁର, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତସ୍ଥିତ କାଳିଆଘାଇ ନଟବର ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।  ଆୟୋଜିତ ଉତ୍ସବରେ ପ୍ରଧାନ ଶିକ୍ଷକ ଦୂର୍ଗାଚରଣ ପାଲ ସଭାପତିତ୍ୱ କରିଥିଲେ ।  ଉତ୍ସବରେ ପଦ୍ମପୁର ପଂଚାୟତର ସରପଂଚ  ସ୍ୱର୍ଣ୍ଣଲତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ ।  ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ  ଦୌଡ଼ , ଲମ୍ବାଡ଼ିଆଁ,  ଅଖା ଦୌଡ଼, ଗଣିତ ଦୌଡ଼, ଡ଼ିସକସ, ସଟଫୁଟ, ଜିଲାପି ରେସ ଆଦି କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଉଦଯାପନ ରେ ସମିତି ସଭ୍ୟା ସୁଷମା ଦାସ , ପରିଚାଳନା କମିଟି ସଭାପତି ଅନାଦି ଚରଣ ମହାନ୍ତି ଅଭୟ ମହାରାଜ , ଶିକ୍ଷକ ନିମାଇଁ ଚରଣ ବେହେରା ଅତିଥି ରୂପେ ଯୋଗଦାନ କରିଥିଲେ ।  ଖେଳ ଶିକ୍ଷକ ପ୍ରଫୁଲ କୁମାର ସାହୁ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କୀର୍ତିରଂଜନ ପଟନାୟକ, ଦିଲିପ କୁମାର ମହାନ୍ତି,ପ୍ରଶାନ୍ତ ଦାସ, ରଂଜନ କୁମାର ବେହେରା,ପ୍ରଦୀପ କୁମାର ମହାନ୍ତି, ଶଶିକାନ୍ତ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ …

Leave a Reply

Your email address will not be published. Required fields are marked *