Monday , December 16 2019
Breaking News
Home / ତାଜା ଖବର / ନକଲି ସାର୍ଟିଫିକେଟରେ ଚାକିରୀ, ଧରା ପଡିଲେ ୨ ଶିକ୍ଷକ

ନକଲି ସାର୍ଟିଫିକେଟରେ ଚାକିରୀ, ଧରା ପଡିଲେ ୨ ଶିକ୍ଷକ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୨ ଜଣ ଶିକ୍ଷକ ଧରା ପଡିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ  ଜିଲ୍ଲାର ରାଜକନିକା ବ୍ଲକର ସୁବ୍ରତ ପାଣ୍ଡବ ଏବଂ ରାଜନଗର ବ୍ଲକର ହିମାଂଶୁ ଶେଖର ପ୍ରଧାନ ନାମକ ୨ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ବାବେ ଚାକିରି ପାଇଥିଲେ । ଅଭିଯୋଗ ହେବାପରେ ସେମାନଙ୍କ  ସାର୍ଟିଫିକେଟ ଗୁଡିକ ବିଭାଗ ପକ୍ଷରୁ  ଯାଂଚ କରାଯିବାରେ  ସେଗୁଡିକ ନକଲି ଥିବା ଜଣାପଡିଥିଲା । ସେହିପରି ଗତ ବର୍ଷ ଡେରାବିଶ ବ୍ଲକର ୨ ଜଣ ଅନୁରୂପ ଭାବେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବାର ଜଣାପଡିଥିଲା ।  ୨ ବର୍ଷ ମଧ୍ୟରେ ଜିଲ୍ଲାର ପ୍ରାୟ ୨୦ଜଣ   ନକଲି ସାର୍ଟିଫିକେଟଧାରୀ   ଶିକ୍ଷକ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଖେଳ ଶିକ୍ଷକ ହୋଇଥିବା ବେଳେ ୬ ଜଣ ଶିକ୍ଷା ସହାୟକ ଅଟନ୍ତି । ଗତ ୨ ଦିନ ତଳେ ଜିଲ୍ଲାର ରାଜନଗର ଏବଂ ରାଜକନିକା ବ୍ଲକରୁ ଏହି ୨ ଜଣ ଧରାପଡିବା ପରେ ଜିଲ୍ଲାର ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକଙ୍କ ସଂଖ୍ୟା ୨୨ ରେ ପହଂଚି ଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : କ୍ଲନିକ ରେ ପସି ଡ଼ାକ୍ତର ଓ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ

ଖୋର୍ଦ୍ଧା/ଭୁବନେଶ୍ୱର ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ଖୋର୍ଦ୍ଧାର ଏକ କ୍ଲନିକ ରେ ପସି ଡ଼ାକ୍ତର ଓ ତାଙ୍କ ସହଯୋଗୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ …

Leave a Reply

Your email address will not be published. Required fields are marked *