Monday , February 24 2020
Home / ତାଜା ଖବର / ନକଲି ତେଲକାରଖାନାରେ ଚଢ଼ାଉ

ନକଲି ତେଲକାରଖାନାରେ ଚଢ଼ାଉ

କଟକ, ୨୩/୦୧/୨୦୨୦ (ଓଡ଼ିଶା ସମାଚାର)-କଟକଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକରିଫାଇନ୍ ତେଲ କାରଖାନା ଉପରେ ପୁଲିସ ଆକସ୍ମିକ ଭାବେ ଚଢାÿଉ କରିଥିଲା ।ଏହି ଚଢ଼ାଉ ସମୟରେ ପୁଲିସ ଶହଶହ ନକଲି ରିଫାଇନ୍ ତେଲ ପ୍ୟାକେଟ ଜବତ କରିଛି । ସୂଚନାଯୋଗ୍ୟ, ମଙ୍ଗୁଳି ଛକ ନିକଟରେ ଥିବା ଗଜାନନ ରିଫାଇନ୍ ଅଏଲ୍ କମ୍ପାନିରେ ନକଲି ରିଫାଇନ୍ ତେଲ ପ୍ୟାକେଟ ତିଆରି ହେଉଥିବାପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ।ଏହାପରେ ଏକ ସ୍ୱ୍ୱତନ୍ତ୍ର ଯୋଜନା କରି ବୁଧବାର ଆକସ୍ମିକ ଭାବେ ଏହି ରିଫାଇନ୍ ତେଲକାରଖାନା ଉପରେ ଚଢ଼ାଉ କରିଥିଲା ଟାଙ୍ଗୀପୁଲିସ । ଚଢ଼ାଉ ପରେ ରିଫାଇନ୍ କାରଖାନକୁ ସିଲ କରିବା ସହିତ ସେଠାରେ ତିଆରି ହୋଇଥିବା ଶହଶହ ନକଲି ରିଫାଇନ୍ ତେଲ ପ୍ୟାକେଟକୁ ପୁଲିସ ଜବତ କରିଥିଲା ।ଜବତ ସମୟରେ ଘଟଣାସ୍ଥଳରେ ଟାଙ୍ଗୀ ଆଇଆଇସି ଓ ଏସଡ଼ିପିଓ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *