Thursday , September 19 2019
Breaking News
Home / କ୍ରୀଡ଼ା / ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ରାଜ୍ୟର ୨୨ଟି ଜିଲ୍ଲା ନେଟବଲ ସଂଘ ପକ୍ଷରୁ ପ୍ରାୟ ଚାରିଶହ ବାଳକ, ବାଳିକା ଖେଳାଳୀ ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ । କଟକ ସଦର ନେଟବଲ୍ ସଂଘ ଦ୍ୱାରା ଆୟୋଜିତ ଏହି ରାଜ୍ୟ ପ୍ରତିଯୋଗିତାରେ ବାଳକ ବିଭାଗରେ କଟକ ସଦର ଦଳ ପ୍ରଥମ, କଟକ ଜିଲ୍ଳା ଦଳ ଦ୍ୱିତୀୟ ଏବଂ ଗଞ୍ଜାମ ଜିଲ୍ଲା ଦଳ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ବାଳିକା ବିଭାଗରେ କଟକ ସଦର ଦଳ ପ୍ରଥମ, ସି.ଏମ୍.ଏନ୍.ଏ.ଦଳ ଦ୍ୱିତୀୟ ଏବଂ ଜେ.ଏନ୍.ଏ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ । କିଶୋର ନଗର ଥାନାର ଆଇ.ଆଇ.ସି. ଶ୍ରୀ ବାମଦେବ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମଂଚାସୀନ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡ଼କ୍ଟର କିଶୋର ଚନ୍ଦ୍ର ଦାଶ, ଗଗନ ବିହାରୀ ମହାପାତ୍ର, ଓଡ଼ିଶା ନେଟବଲ୍ ସଂଘର ସଭାପତି ସର୍ବେଶ୍ୱର ବର୍ଦ୍ଧନ, ଉପସଭାପତି ପ୍ରତୁ୍ୟଷ କୁମାର ପ୍ରଧାନ, ମନମୋହନ ମାଝୀ, ଧରଣୀଧର ଜେନା, ପ୍ରଧାନ ଗୁରୁଜୀ ଏବଂ ଭାରତୀୟ ନେଟବଲ୍ ମହାସଂଘର ଉପସଭାପତି ଓ ବୈଷୟିକ କମିଟି ଅଧ୍ୟକ୍ଷ ପି.କେ. ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରଞ୍ଜିତ କୁମାର ଦାସ, ଜିତେଞ୍ଜୟ ମହାନ୍ତି, ଅଜୟ ମହାନ୍ତି, ସିଦ୍ଧାର୍ଥ ଶଙ୍କର ବିଷୋୟୀ, ସଂଗ୍ରାମ ମିଶୋୟୀ, ଆଶୀଷ ଜେନା, ଶିଶିର ଦାସ, ଜାହିଦ୍ ଖାନ, ଘନଶ୍ୟାମ ମଣ୍ଡଳ, ମହମ୍ମଦ ଆସିକ, ପ୍ରଶାନ୍ତ ଦାସ ଓ ପ୍ରଜ୍ଞା ପାରମିତ ଦଳାଇ ପ୍ରମୁଖ ମଂଚ ଓ ପ୍ରତିଯୋଗିତା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଖେଳପଡିଆରେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଟବଲ ଟୁର୍ଣ୍ଣାମେସଟ ଚାଲିଥିବା ବେଳେଏକ ଦୁଃଖଦ ଘଟଣା ଘଟିଛି  । ଫୁଟବଲ ଖେଳିବା ବେଳେ ଛାତିରେ ଯନ୍ତ୍ରଣା …

Leave a Reply

Your email address will not be published. Required fields are marked *