Saturday , February 29 2020
Breaking News
Home / ବିଶେଷ / ଦେଶୀମଦ ଭର୍ତି କାର ଜବତ:  ଦୁଇ ଗିରଫ

ଦେଶୀମଦ ଭର୍ତି କାର ଜବତ:  ଦୁଇ ଗିରଫ

ବାଲେଶ୍ୱର, ୧୫/୦୨/୨୦୨୦ (ଓଡ଼ିଶା ସମାଚାର)- ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡ଼ ପକ୍ଷରୁ ବାଲେଶ୍ୱର ସହରର ସୁନହଟ ଅଂଚଳରେ ଚଢ଼ଉ ହୋଇ ଦେଶୀମଦ ଭର୍ତିିର୍ ଏକ ମାରୁତି କାର ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁରୁଣା ବାଲେଶ୍ୱର ଅଂଚଳରେ ପସ୍ତୁତ ଦେଶୀମଦକୁ ଭଦ୍ରକ ଚୋରା ଚାଲାଣ ବେଳେ ଅବକାରୀ ମୋବାଇଲ ଟିମ୍ ଟାଉନଥାନା ଅନ୍ତର୍ଗତ ମଧୁଆମିଲ୍ ଛକଠାରେ ଏହାକୁ ଧରିଥିଲା । ଗିରଫ ଯୁବକ ଦୁଇଜଣ ହେଲେ କାର ଡ୍ରାଇଭିଂ କରୁଥିବା ଭଦକ୍ର ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ବିରିଡିହି ଅଂଚଳର ରଘୁନାଥ ପ୍ରଧାନଙ୍କ ପୁତ୍ର ରବୀନ୍ଦ୍ର ପ୍ରଧାନ(୩୪) ଓ କାରରେ ପୁରୁଣାବାଲେଶ୍ୱରରୁ ଦେଶୀମଦ ନେଇ ଯାଉଥିବା ସଦର ଥାନାଅନ୍ତର୍ଗତ ଛଣପୁର ଅଂଚଳର ସନାତନ ସେଠୀଙ୍କ ପୁତ୍ର ଲକ୍ଷ୍ମୀଧର ସେଠୀ । କାର ଓ ଏଥିରେ ଥିବା ୫୦୦ ଲିଟର ଦେଶୀମଦକୁ ଅବକାରୀ କର୍ମଚାରୀମାନେ ଜବତ୍ କରିଥିଲେ । ଓଆର୦୧;ଜ/୨୮୨୯ ନଂ ବିଶିଷ୍ଟ ମାରୁତି-୮୦୦ କାରରେ ସେମାନେ ଏହି ମଦ ନେଇ ଭଦ୍ରକ ଯାଉଥିଲେ ବୋଲି ପଚରାଉଚୁରା ବେଳେ ଅଭିଯୁକ୍ତମାନେ ମାନିଥିବା ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି । ପୁରୁଣାବାଲେଶ୍ୱର ଅଂଚଳରୁ ପ୍ରଚୁର ଚୋରା ଦେଶୀମଦ ବାହାରକୁ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶେଖ୍ ଅଶଫ୍ ଅଲ୍ଲି ଖାନ୍ ଓ ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ସୁନହଟ ଅଞ୍ଚଳ ଉପରେ ନଜର ରଖିବା ସହ ମୋବାଇଲ ଟିମ୍ ଜରିଆରେ ପଇଁତରା ମାରଥିଲା । ଆଜି ଭୋର ଭୋର ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ମଧୁଆ ମିଲ୍ ଛକ ନିକଟରେ ଏହି କାର ଅତିକ୍ରମ କରୁଥିବା ବେଳେ ତାହାକୁ ଅଟକାଇଥିଲେ । ଖାନତଲାସ୍ ବେଳେ ଏଥିରେ ଥିବା ମଦ ଥିବା ଜଣାପଡ଼ିବା ପରେ ଅବକାରୀ ଟିମ୍ କାରକୁ ଜବତ ସହ ଏଥିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏନେଇ ୧୬୯/ ୨୦୧୯-୨୦ ନଂର ଏକ ମାମଲା ରୁଜୁ ସହ ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସେଠୀ, ଶେଖ୍ କଲିମ୍‌, ପ୍ରହ୍ଲାଦ ବିଶ୍ୱାଳ, ଅଞ୍ଜନ କୁମାର ଜେନା ପ୍ରମୁଖ ଅବକାରୀ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *