Friday , September 20 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଦେଶର  ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡ଼ିଶାର କୋଣାର୍କ ଓ ପୁରୀକୁ ସ୍ଥାନିତ କରାଯାଉ: ମନ୍ତ୍ରୀ

ଦେଶର  ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡ଼ିଶାର କୋଣାର୍କ ଓ ପୁରୀକୁ ସ୍ଥାନିତ କରାଯାଉ: ମନ୍ତ୍ରୀ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ) –  ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀ ଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଉ ପରୋକ୍ତ ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଦାବି କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂ ପ ଦାବି କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରରବିଜେପି ସରକାର ତା’ର ନିର୍ବାଚନ ଇସ୍ତାହାରରେ ଜଗନ୍ନାଥଧାମ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପୂରଣ ନ କରିବା ଉଚିତ୍‌ ହୋଇ ନାହିଁ । ଅନନ୍ୟ ସ୍ଥା ପତ୍ୟଭରା ପ୍ରସିଦ୍ଧ କୋଣାର୍କ ମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ଓ କଳ୍ପନା ସହିତ ସଂଯୋଜିତ ହୋଇ ରହିଛି । ଏହି ପରିେ ପ୍ରକ୍ଷୀରେ ପୁରୀ ଓ କେଣାର୍କକୁବିଶ୍ୱସ୍ତରୀୟ ପର୍ଯ୍ୟଟନ ପୀଠର ମାନ୍ୟତା ଦେବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ତୁରନ୍ତ ପଦକ୍ଷେ ପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶାକୁ ପ୍ରଶଂସା କଲେ ବ୍ରିଟିଶ୍ ଡେପୁଟି ହାଇକମିଶନର

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ …

Leave a Reply

Your email address will not be published. Required fields are marked *