Thursday , September 19 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା

ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା । ଏନେଇ ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ଦେଖାଦେଇଥିଲା । କିନ୍ତୁ ପୂର୍ବରୁ ଓଡ଼ିଶା ଡକ୍ୟୁମେଂଟରେ ଅଭାବ ଥିବାରୁ ଏହି ମାନ୍ୟତା ମିଳିନଥିଲା । ଏବେ ପୁରୀ ଓ କୋଣାର୍କ ଏପରି ଜାଗା ଯାହା ଏହି ଆଇକନିକ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇବା ଜରୁରୀ ଏହାକୁ କେହି ଅଣଦେଖା କରି ପାରିବେ ନାହିଁ ବୋଲି ଦିଲ୍ଲୀରେ ଆୟୋଜିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । କଳା କାରିଗରୀରେ ଉକ୍ରର୍ଷିତାର ଅନ୍ୟ ନାମ କୋଣାର୍କ ସୂର୍ଯ୍ୟମନ୍ଦିର । ଏସିଆର ସର୍ବବୃହତ ଲୁଣି ହ୍ରଦ ତଥା ସୌନ୍ଦର‌୍ୟ୍ୟର ଭଣ୍ଡାର ଚିଲିକା ଓ ଜାତୀୟ ଉଦ୍ୟାନ ଶିମିଳିପାଳ, ଏପରିକି ବିଶ୍ୱର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଜଗନ୍ନାଥ ଧାମ ପୁରୀକୁ ମଧ୍ୟ ଏହି ଐତିହ୍ୟ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ମିଳି ନଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୦୧/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ରବିବାର ସ୍ଥାନୀୟ ଓଳାଶୁଣି ପୀଠରେ ଏକ ପ୍ରସ୍ତୁତି ବୈଠକ …

Leave a Reply

Your email address will not be published. Required fields are marked *