Monday , December 16 2019
Breaking News
Home / ବିଶେଷ / ଦୁଲୁପୁର ବାଲିଘାଟ ଉତେଜନା ଘଟଣା : ବେଆଇନ ବାଲି ଚାଲାଣକୁ ପର୍ଦ୍ଦାଫାସ କଲେ  ମହିଳା

ଦୁଲୁପୁର ବାଲିଘାଟ ଉତେଜନା ଘଟଣା : ବେଆଇନ ବାଲି ଚାଲାଣକୁ ପର୍ଦ୍ଦାଫାସ କଲେ  ମହିଳା

ଗ୍ରାମବାସୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବାଲିଘାଟ ବନ୍ଦ କଲା ପ୍ରଶାସନ, ୨ଟି ହିଟାଚି ମେସିନରୁ ୭୫ ହଜାର ଟଙ୍କା ଜୋରିମାନା ଆଦାୟ
କିଶନନଗର,୨୧/୧୧/୨୦୧୯ (ଓଡ଼ିଶା ସମାଚାର)- କଟକ ଜିଲ୍ଲା କିଶନନଗର ତହସିଲ ଅଧିନସ୍ଥ ଉଚ୍ଛରକୂଳ ରାଜସ୍ୱ ସର୍କଲ ଅଧିନରେ ଥିବା ଚିତ୍ରୋତ୍ପଳା ନଦୀର ଦୁଲୁପୁର ଘାଟରୁ ବାଲିଉଠାଣକୁ ନେଇ ଅସାମଜିକ ଯୁବକ ଓ ଗ୍ରାମର ମହିଳା ମାନଙ୍କମଧ୍ୟରେ ଗତକାଲି ଉତେଜନା ସୃଷ୍ଟି ହୋଇଥିଲା ,ଯାହାକୁ ନେଇ ଗ୍ରାମବାସୀମାନେ ଉତେଜିତ ହୋଇ ଗତ କାଲିଠାରୁ ବାଲି ଘାଟରେ ଧାରଣାରେ ବସିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଦିନ ୩ଟା ବେଳେ କିଶନନଗର ତହସିଲଦାର ସୁଚେତା ମହାପାତ୍ର ଘଟଣା ସ୍ଥଳରେ ପହଂଚିଥିଲେ । ଉପସ୍ଥିତ ଥିବା ଶହଶହ ମହିଳା,ପୁରୁଷ ମାନେ ତହସିଲଦାରଙ୍କୁ ଘେରାଉ କରିବା ସହିତ ବାଲିଘାଟ ବନ୍ଦ୍ କରିବା, ପ୍ରୋକଲିନ୍ ମେସିନ୍ ଜବତ କରିବା ଓ ବାଲିଘାଟ ନିଲାମଧାରି ସହ ଅସାମାଜିକ ଯୁବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଡ଼ିବସି ଘେରାଉ କରିଥିଲେ । ଯାହା ଫଳରେ ଗ୍ରାମବାସୀ ମାନଙ୍କ ଆଗରେ ମୁଣ୍ଡ ନୁଆଁଇ ବାଲିଘାଟ ବନ୍ଦ୍ କରିବାକୁ କିଶନନଗର ଥାନା ଆଇ.ଆଇ.ସି ବାମଦେବ ସ୍ୱାଇଁଙ୍କ ଉପସ୍ଥିତିରେ ଗ୍ରାମବାସୀ ମାନେ ବ୍ୟବହାର କରୁଥିବା ରାସ୍ତାକୁ ମରାମତି କରିବା ପାଇଁ ବାଲିଘାଟ ନିଲାମ ନେଇଥିବା ଖୋର୍ଦ୍ଧା ଅଂଚଳର ସରୋଜ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେବା ସହିତ ବେଆଇନ୍ ଭାବେ ବାଲି ଉତୋଳନ କରୁଥିବା ୨ଟି ହିଟାଚି ମେସିନ୍ରୁ ୭୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏଥିରୁ ସ୍ପଷ୍ଟ ଭାବରେ ବୁଝାପଡୁଛି ରାଜ୍ୟ ସରକାରଙ୍କର ସ୍ୱଚ୍ଛ ଶାସନକୁ ଘରେ ଘରେ ପହଂଚାଇବା ପାଇଁ ୫ଟି ପ୍ରଣୟନ କରିଛନ୍ତି ହେଲେ ୫ଟି କୁ କିଶନନଗର ତହସିଲଦାର ସୁଚେତା ମହାପାତ୍ର ଖୋଲା ଖୋଲି ଭାବେ ଉଲଂଘନ କରିଛନ୍ତି ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କର ଓଏମଏମସି ରୁଲ ୨୦୧୬ ବାଲିଘାଟ ନିଲାମଧାରି ଲିଜ୍ ନେଇସାରିଲା ପରେ, ପରିବେଶ ପ୍ରଦୁଷଣ ସାର୍ଟିଫିକେଟ୍ ପାଇଁ ସରକାରଙ୍କ ସହିତ ଏଗ୍ରିମେଂଟ୍ ଓ କେଉଁ ଅଂଚଳରୁ କେତେ ବାଲି ଉଠିବାପାଇଁ ଚିହ୍ନଟ ପରେ ବାଲି ଉତୋଳନ କରିବାକଥା । ହେଲେ ନିଲାମଧାରି ସମସ୍ତ ନିୟମକୁ ଫୁ କରି ତହସିଲଦାରଙ୍କ ସଲାସୁତୁରାରେ ବାଲି ଉତୋଳନ କରାଯାଉଛି ବୋଲି ତହସିଲଦାରଙ୍କ ବିରୁଦ୍ଧରେ ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ତେବେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ତହସିଲଦାରଙ୍କୁ ପଚାରିବାରୁ ସେ କହନ୍ତି ଏହି ତହସିଲ ଅଧିନରେ ଥିବା ଉଦୟପୁର, ହୁଲିପୁର ଓ ଦୁଲୁପୁର ଏହି ୩ଟି ସ୍ଥାନରେ ବାଲି ଚୋରି ହେଉଥିଲା । ସେଥିପାଇଁ ମାର୍ଚ୍ଚ୨୦୧୯ ରେ ତନିଗୋଟି ଘାଟକୁ ଜଣେ ବ୍ୟକ୍ତି ଖୋର୍ଦ୍ଧା ଅଂଚଳର ସରୋଜ ମହାନ୍ତିଙ୍କୁ ନିଲାମ ଦିଆଯାଇଛି । ହେଲେ ପରିବେଶ ପ୍ରଦୁଷଣ ସାର୍ଟିଫିକେଟ୍ ମିଳିନଥିବାରୁ ନିଲାମଧାରିଙ୍କ ୩ଗୋଟି ଘାଟ ଚୁକ୍ତିନାମା କରାଯାଇ ନାହିଁ । ତେଣୁ ଦୁଲୁପୁର ବାଲିଘାଟରୁ ବାଲି ଉଠିବା ଘଟଣା ମୁଁ ଜାଣିନାହିଁ, ଲୋକ ମାନଙ୍କ ଅଭିଯୋଗରୁ ଜାଣିବାକୁ ପାଇଲି । ଏଠାରେ ପ୍ରଶ୍ନ ଉଠେ କେଉଁ ସୂତ୍ରରୁ ଖୋର୍ଦ୍ଦା ଅଂଚଳର ସରୋଜ ମହାନ୍ତିଙ୍କୁ ଉପରୋକ୍ତ ୩ ଗୋଟି ବାଲିଘାଟ ନିଲାମ ଦିଆଯାଇଥିଲା । ଚୁକ୍ତିନାମା କରାନଯାଇ ତହସିଲଦାରଙ୍କ ଅଗୋଚରରେ ଯଦି ବେଆଇନ ଭାବେ ସେ ବାଲି ଚାଲାଣ କରୁଥିଲେ ତେବେ ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ଜଣାଇନଥିଲେ କାହିଁକି ? ତହସିଲଦାର ସବୁ ଜାଣି ରିସପତ ଖାଇ କିଛି ଜାଣିନଥିବା କହୁନାହାନ୍ତି ତ ? ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଅଧିକ ଉତର ନଦେଇ ତହସିଲହାର ମହାଳହାଟ ଫାଣ୍ଡିରୁ ଖସି ପଳାଇ ଯାଇଥିଲେ । ବେଆଇନ ଭାବେ ବାଲି ଉଠାଉଥିବା ହିଟାଚି ମେସିନ ଓ ନିଲାମ ଧାରିଙ୍କ ବିରୁଦ୍ଧରେ ତହସିଲଦାର ମାମଲା ରୁଜୁ ନକରି କେବଳ ଜୋରିମାନା ଆଦାୟ କରି ରଫା ଦଫା କରିଦେବା ତହସିଲଦାରଙ୍କ ସଚୋଟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ନିଲାମଧାରି ଓ ବନ୍ଧୁକ ଦେଖାଇ ଭୟଭିତ କରାଇବା ଓ ଧମକ ଚମକ ଦେଇଥିବା ଅସାମାଜିକ ଯୁବକଙ୍କ ବିରୁଦ୍ଧରେ କିଶନନଗର ଥାନାରେ ଲିଖିତ ଅଭିଯୋଗ କଲାପରେ ଥାନା ଆଇ.ଆଇ.ସି ଶ୍ରୀ ସ୍ୱାଇଁ ଅଭିଯୋଗକୁ ଗ୍ରହଣ କରି କେସ୍ ନଂ ୧୬୦/୧୯ ଦଫା ୫୦୬,୩୪ ଆଇପିସି , ୨୫/୨୭ଆର୍ମ ଆକ୍ଟ ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି ବୋଲି ଥାନା ଅଧିକାରୀ ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି । ଆସାମି ମାନଙ୍କୁ ଗିରଫ ନକରାଗଲେ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନି ଦିଆଯାଇଛିି । ରାଜ୍ୟ ସରକାରଙ୍କ ଟି ଫାଇଭ ସଚିବ କିଶନନଗର ତହସିଲରେ ଚାଲିଥିବା ବେଆଇନ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦୁଲୁପୁର ଗ୍ରାମର ମହିଳାମାନେ ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *