Friday , February 28 2020
Breaking News
Home / ତାଜା ଖବର / ଦୁର୍ଦ୍ଧାନ୍ତ ଅପରାଧୀ ଚିଆଁ ଗିରଫ – ପିସ୍ତଲ, ଗୁଳି , ମୋବାଇଲ ଫୋନ୍ ଜବତ

ଦୁର୍ଦ୍ଧାନ୍ତ ଅପରାଧୀ ଚିଆଁ ଗିରଫ – ପିସ୍ତଲ, ଗୁଳି , ମୋବାଇଲ ଫୋନ୍ ଜବତ

ବରଗଡ଼,୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ବରଗଡ଼ ପୋଲିସ୍ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ବୁଦ୍ଧଦେବ ବିଶ୍ୱାଳ ଆଲିଆସ ଚିଆଁ କୁ ଗିରଫ କରି ତା ନିକଟରୁ ଏକ ଦେଶି ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି , ୪ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମର ଚିଆଁ ଘୁଲିପାଲି ଛକ ନିକଟରେ ଡ଼କାୟତି କରିବା ପାଇଁ ଯୋଜନା କରୁଥିଲା । ଅନ୍ୟ ସହଯୋଗୀଙ୍କୁ ଅପେକ୍ଷା କରିଥିଲା । ଏନେଇ ଟାଉନ ଥାନା ପୋଲିସ୍ କୁ ଖବର ମିଳିଥିଲା । ଟାଉନଥାନା ପୋଲିସ୍ ଘୁଲିପାଲି ଛକରେ ପହଂଚି ବାରୁ ପୋଲିସ୍ କୁ ଦେଖି ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା କିନ୍ତୁ ପୋଲିସ୍ ଟିମ୍ ତାକୁ କାବୁ କରିବାରେ ସଫଳ ହୋଇଥିଲା । ସେ ଜାମୁର୍ଡ଼ା ଗୁଳିକାଣ୍ଡ ସମେତ ବରଗଡ଼,ଜମନକିରା,ଆମ୍ବାଭେନା, ରେଙ୍ଗାଲି ଆଦି ଥାନାରେ ହତ୍ୟାକାଣ୍ଡ ସମେତ ଏକାଧିକ ମାମଲା ରେ ଜଡ଼ିତ ଥିବା ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀ ଙ୍କୁ ହତ୍ୟା

ମାଲକାନଗିରି,୨୫/୦୨/୨୦୨୦(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀ ଙ୍କୁ …

Leave a Reply

Your email address will not be published. Required fields are marked *