Monday , December 16 2019
Breaking News
Home / ବିଶେଷ / ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟ ,ଗ୍ରାମରେ ଶୋକାକୂଳ ପରିବେଶ 

ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟ ,ଗ୍ରାମରେ ଶୋକାକୂଳ ପରିବେଶ 

ପାଟକୁରା,୨୧/୧୧/୨୦୧୯(ଓଡ଼ିଶା ସମାଚାର)-ଗତକାଲି ଦିନ ଗୋଟାଏ ସମୟରେ ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ରାମିଆଗଞ୍ଜ -କ୍ରସିଂ ନିକଟରେ ଏକ ଟ୍ରକ ଧକ୍କାରେ ବାଇକ୍ ଆରୋହୀ ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ଗୋପାଳ ଚରଣ ଦାସଙ୍କ ପୁଅ ,ଅନୂପ ଦାସ(୨୫)ଗୁରୁତର ଆହତ ହୋଇଥିଲେ । ଗୁରୁତର ଭାବରେ ଆହତ ଅନୂପଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନସ୍ ଯୋଗେ ପ୍ରଥମେ କେନ୍ଦ୍ରପଡା ଓ ପରେ କଟକ ମେଡିକାଲକୁ ନିଆଯାଇଥିଲା । ଅନୂପ କଟକ ଠାରେ ଏକ ଘରୋଇ ନସିଂହୋମରେ ଚିକିତ୍ସିତ ହେଉଥିବା ବେଳେ, ଆଜି ସକାଳ ୭ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଯେ ଗୋପାଳ ଦାସଙ୍କର ଏକମାତ୍ର ପୁତ୍ର ଅନୂପର ମୃତ୍ୟୁ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ଅଛନ୍ତି । ଅନୂପଙ୍କ ମୃତ୍ୟୁରେ ଗ୍ରାମ ତଥା ଆଖପାଖ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *