Monday , January 27 2020
Breaking News
Home / ତାଜା ଖବର / ଦୁଇଦିନ ଧରି ନଦୀପଠାରେ ଜଳବନ୍ଦୀ ଥିବା ୫୦ରୁ ଉଦ୍ଧ୍ୱର୍ ଗାଈଗୋରୁଙ୍କୁ ଉଦ୍ଧାର କଲେ ଦମକଳ ବାହିନୀ

ଦୁଇଦିନ ଧରି ନଦୀପଠାରେ ଜଳବନ୍ଦୀ ଥିବା ୫୦ରୁ ଉଦ୍ଧ୍ୱର୍ ଗାଈଗୋରୁଙ୍କୁ ଉଦ୍ଧାର କଲେ ଦମକଳ ବାହିନୀ

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସ୍ଥାନୀୟ ଅଂଚଳର ଗୋପାଳକମାନେ ଗାଈଗୋରୁମାନଙ୍କୁ ଚରାଇବାପାଇଁ ଚିତ୍ରୋପôଳା ନଦୀପଠାକୁ ଛାଡିଦେଇଥାନ୍ତି । ଗତ ରବିବାର ଦିନ ଚିତ୍ରୋପôଳା ନଦୀରେ ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ନଦୀପଠାକୁ ଚରିବାକୁ ଯାଇଥିବା ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗାଈ ପାଣି ମଝିରେ ଜଳବନ୍ଦୀ ହୋଇ ରହିଯାଇଥିଲେ ।  ଗୋପାଳକମାନେ ବହୁ ଚେଷ୍ଟା କଲେ ମଧ୍ୟ ଏହି ଗୋରୁଗାଈମାନଙ୍କୁ ଉଦ୍ଧାର କରିପାରିନଥିଲେ । ଶେଷରେ ଏହାନେଇ ସାଲେପୁର ଦମକଳ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀର କର୍ମଚାରୀମାନେ ମଙ୍ଗଳବାର ଦିନ ପାୱାରବୋଟ୍ ଯୋଗେ ନଦୀପଠାରେ ପହଂଚି ଜଳବନ୍ଦୀ ହୋଇ ରହିଥିବା ଗାଈଗୁଡିକୁ ଉଦ୍ଧାର କରିଥିଲେ । ଏହି ଦୃଶ୍ୟ ଦେଖିବାପାଇଁ ନଦୀକୂଳରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ନକଲି ତେଲକାରଖାନାରେ ଚଢ଼ାଉ

କଟକ, ୨୩/୦୧/୨୦୨୦ (ଓଡ଼ିଶା ସମାଚାର)-କଟକଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକରିଫାଇନ୍ ତେଲ କାରଖାନା ଉପରେ ପୁଲିସ ଆକସ୍ମିକ ଭାବେ …

Leave a Reply

Your email address will not be published. Required fields are marked *