Wednesday , November 20 2019
Breaking News
Home / କୃଷି / ଦୁଇଦିନିଆ ପ୍ରାକ୍-ରବି କର୍ମଶାଳା ଉଦଯାପିତ – କୃଷକଙ୍କ ନିକଟରେ ସହାୟତା ପହଂଚାଇବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଧେଶ

ଦୁଇଦିନିଆ ପ୍ରାକ୍-ରବି କର୍ମଶାଳା ଉଦଯାପିତ – କୃଷକଙ୍କ ନିକଟରେ ସହାୟତା ପହଂଚାଇବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କୃଷିର ବିଭିନ୍ନ ଯୋଜନାର ସୁଫଳ ସିଧାସଳଖ କୃଷକଙ୍କ ପାଖରେ ପହଂଚାଇବା ପାଇଁ ଉଦ୍ୟମ ଜାରିରଖିଛି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ବିଭାଗର ବିଭିନ୍ନ ବ୍ଲକ୍ ଓ ପଂଚାୟତସ୍ତରରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତିି ହୋଇଛି । କର୍ମଚାରୀ ଓ ଅଧିକାରୀମାନେ କୃଷକଙ୍କ ସମସ୍ୟାଗୁଡ଼ିକ ବୁଝି ସମ୍ପୂର୍ଣ୍ଣ ସ୍ୱଚ୍ଛ ତଥା ପାରଦର୍ଶୀ ଭାବରେ ସରକାରୀ ସହାୟତା କୃଷକଙ୍କ ନିକଟରେ ପହଂଚାଇବାକୁ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଧେଶ ଦେଇଛନ୍ତି । କୃଷି ଭବନଠାରେ ଆୟୋଜିତ ଦୁଇଦିନିଆ ପ୍ରାକ୍-ରବି କର୍ମଶାଳାର ଉଦଯାପନ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନାକରି ଓ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ କୃଷକଙ୍କୁ କାର୍ଯ୍ୟ କରିବାକୁ ପଡ଼ିଥାଏ । ସେମାନଙ୍କ ଉପôାଦନ ବୃଦ୍ଧି ନିମନ୍ତେ ଠିକ୍ ସମୟରେ ଉପଯୁକ୍ତ ମାନର ବିହନ ଯୋଗାଣ, ଆବଶ୍ୟକତା ଅନୁଯାୟୀ କୀଟ ରୋଗ ପରିଚାଳନା, କୃଷି ଉପôାଦନର ବିପଣନ,ଚାଷୀଙ୍କୁ ଉପôାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ ଓ ବଜାରଭିତିକ କୃଷି ସର୍ବେକ୍ଷଣ କରିବାକୁ ପଡ଼ିବ । ଡିସେମ୍ବର ୧ତାରିଖରୁ କୃଷି ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ତପôରତାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ସମସ୍ତଙ୍କୁ ନିର୍ଦ୍ଧେଶ ଦେବାସହ କୃଷିକ୍ଷେତ୍ରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଅଗ୍ରଗତି ସହିତ ଚାଷୀଙ୍କୁ ଅବଗତ କରିବା ପାଇଁ ପ୍ରତି ପଂଚାୟତରେ କୃଷକ କର୍ମଶାଳା କରାଯିବାକୁ ପରାମର୍ଶ ଦେଇଛନ୍ତି । କର୍ମଶାଳା ଅବସରରେ ମନ୍ତ୍ରୀ ଡ. ସାହୁ ରବି କାର୍ଯ୍ୟକ୍ରମ ୨୦୧୯-୨୦ର ଶୁଭ ଉନ୍ମୋଚନ କରିଥିଲେ । ୨୦୧୯-୨୦ ବର୍ଷରେ ମୋଟ୍ ଖାଦ୍ୟଶସ୍ୟ ଉପôାଦନ ୧୮୯୮.୩୧ ହଜାର ମେଟ୍ରିକ୍ ଟନ୍ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଧାନ, ଗହମ, ମାଣ୍ଡିଆ, ମକା, ସମେତ ଶସ୍ୟଜାତୀୟ ଫସଲ ୧୧୫୫୨.୧୫ ହଜାର ମେଟ୍ରିକ୍ ଟନ୍, ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଉପôାଦନ ୭୪୬.୧୬ ହଜାର ମେଟି୍ରକ୍ ଟନ୍, ଚିନାବାଦାମ, ରାଶି, ସୋରିଷ ଆଦି ତୈଳବୀଜ ଉପôାଦନ ଲକ୍ଷ୍ୟ ୫୧୯ ହଜାର ମେଟି୍ରକ୍ ଟନ୍, ପନିପରିବା ୭୫୨୭.୮୩ ହଜାର ମେଟି୍ରକ୍ ଟନ୍, ମସଲା ୧୮୨.୯୩ ହଜାର ମେଟି୍ରକ୍ ଟନ୍ ଉପôାଦନର ଲକ୍ଷ୍ୟ ରଖାଯାଇଛି । ରବି ଋତୁରେ ୨.୮୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଡାଲିଜାତୀୟ ଫସଲ ୧୪.୩୧ ଲକ୍ଷ ହେକ୍ଟର, ତୈଳବୀଜ ୪.୨୧ ଲକ୍ଷ ହେକ୍ଟର, ପନିପରିବା ୪୭୮ ହଜାର ହେକ୍ଟର, ମସଲା ୧.୧୦ ଲକ୍ଷ ହେକ୍ଟର ଓ ଆଖୁ ୩୦ହଜାର ହେକ୍ଟର ଚାଷ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଅଧିକ ଲାଭ ପାଇଁ ପତିତ ଧାନ ଜମିରେ ଉପଯୁକ୍ତ କିସମର ତୈଳବୀଜ, ଡ଼ାଲିଜାତୀୟ ଫସଲ ଓ ଜୈବିକ କୃଷିକୁ ପ୍ରେସôାହନ ଦିଆଯାଉଛି । କର୍ମଶାଳା ଅବସରରେ କୃଷିର ମୁଖ୍ୟ ଦିଗ ଉପରେ ଆଲୋଚନା ଓ ମତାମତ ସଂଗ୍ରହ ନିମନ୍ତେ ବରିଷ୍ଠ ଅଧିକାରୀଙ୍କ ୧୨ଟି ଦଳ ଗଠନ କରାଯାଇ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉପôାଦନ ନିର୍ଦ୍ଧେଶକ ଡ. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଧେଶକ ଡ. ବିଜୟ କେତନ ଉପାଧ୍ୟାୟ ଓ ହେମନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର

About admin

Check Also

ବୁଲବୁଲ ବାତ୍ୟା ପ୍ରଭାବ  ରେ ଧାନ ଓ ପରିବା ଫସଲ ରେ କ୍ଷତି, ଚାଷୀଙ୍କୁ ଘାରିଛି ରୁଣ ପରିଶୋଧ ଚିନ୍ତା    

ଗରଦପୁର ୧୪/୧୧/୨୦୧୯(ଓଡ଼ିଶା ସମାଚାର)-ଗତ ୮ଓ ୯ ତାରିଖ ବାତ୍ୟା ବୁଲବୁଲ ପ୍ରଭାବରେ ପାଟକୁରା ଅଂଚଳରେ ଫସଲ ହାନି ହୋଇ ଥିବାବେଳେ,ସେଥିମଧ୍ୟରୁ …

Leave a Reply

Your email address will not be published. Required fields are marked *