Saturday , February 29 2020
Breaking News
Home / ବିଶେଷ / ଦୁଇଦିନିଆ ଜାତୀୟ କର୍ମଶାଳା ଓ ଖାଦ୍ୟମେଳା ଉଦ୍‌ଘାଟିତ

ଦୁଇଦିନିଆ ଜାତୀୟ କର୍ମଶାଳା ଓ ଖାଦ୍ୟମେଳା ଉଦ୍‌ଘାଟିତ

ଭୁବନେଶ୍ୱର ,୧୫/୦୨/୨୦୨୦ (ଓଡ଼ିଶା ସମାଚାର)-ବୀର ସୁରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଂଟ ସଂସ୍ଥାନ, ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ୨୧ଟି କେନ୍ଦ୍ରୀୟ ହୋଟେଲ ମ୍ୟାନେଜମେଂଟ ସଂସ୍ଥା ମଧ୍ୟରୁ ଅନ୍ୟତମ ତଥା ନିଜ ବର୍ଗର ଏକ ଉତ୍କୃଷ୍ଟ ଶିକ୍ଷା ସଂସ୍ଥାନ ।
ପର୍ଯ୍ୟଟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନା ତଥା ‘କର୍ମଚାରୀ ଓ ଛାତ୍ର ବିନିମୟ’ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟର ଆଂଚଳିକ ଖାଦ୍ୟ ବିଷୟରେ ଅବଗତ କରାଇବା ନିମନ୍ତେ ହୋଟେଲ ମ୍ୟାନେଜମେଂଟ ସଂସ୍ଥାନ ଭୁବନେଶ୍ୱର ଓ ହୋଟେଲ ମ୍ୟାନେଜମେଂଟ ସଂସ୍ଥାନ ମୁମ୍ବାଇର ମିଳିତ ଆନୁକୂଲ୍ୟରେ ବୀର ସରେନ୍ଦ୍ର ସାଇ ନଗରସ୍ଥିତ ହୋଟେଲ ମ୍ୟାନେଜମେଂଟ ସଂସ୍ଥାନରେ ୧୪ ଫେବୃୟାରୀ ୨୦୨୦ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ‘ମରାଠୀ ଖାଦ୍ୟୋତ୍ସବ’ । ଏତଦ୍ ବ୍ୟତୀତ ସଂସ୍ଥାନ ଦ୍ୱାରା ୧୪ ଏବଂ ୧୫ ଫେବୃୟାରୀକୁ ‘ଆତିଥ୍ୟି ଓ ପର୍ଯ୍ୟଟନ ଶିଳ୍ପରେ ଉଦ୍ୟମଶୀଳତା-ନୂତନ ଟ୍ରେଣ୍ଡ ଓ ତାର ଆହ୍ୱାନ’ ବିଷୟବସ୍ତୁ ଉପରେ ଏକ ଦୁଇଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନନୀୟ ରାଜ୍ୟ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଓ ଶ୍ରୀ ସୁବ୍ରତୋ ବାଗଚି, ଅଧ୍ୟକ୍ଷ, ଓଡ଼ିଶା କୌଶଳ ବିକାଶ ନିୟୋଗଙ୍କ କରକୂଲ୍ୟରେ ଉଦଘାଟିତ ହୋଇଥିଲା ଏହି ସମ୍ମିଳନୀ । ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବିଶାଳ ଦେବ, ଆଇଏଏସ୍‌., ଆୟୁକ୍ତ ସହ ସଚିବ, ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଆଇଏଏସ୍‌, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଏବଂ ଅନେକ ପ୍ରମୁଖ ସଚିବ, ଅଧିକାରୀ, ପ୍ରସିଦ୍ଧ ସେଫ୍‌, ହୋଟେଲ ଶିଳ୍ପପତି ଓ ମନ୍ତ୍ରୀ ଏହି ଉତ୍ସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମ୍ମିଳନୀ ଶେଷରେ ସଂସ୍ଥାର ପ୍ରାଧାନଚାର୍ଯ୍ୟା ଶ୍ରୀମତୀ ଶାରଦା ଘୋଷ ସମ୍ମିଳନୀର ବିପୁଳ ସଫଳତା ପାଇଁ ସଂସ୍ଥାନର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମଟିକୁ ଅବିନାଶ ଦାଶ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଆରେ ସରକାରୀ  ‌ କାର୍ଯ୍ୟ – ମାର୍ଚ୍ଚ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ

ଭୁବନେଶ୍ୱର ,୨୯/୦୨/୨୦୨୦ (ଓଡ଼ିଶା ସମାଚାର)-ଶୁଦ୍ଧ ଓଡ଼ିଆରେ ହେବ ସରକାରୀ  ‌ କାର୍ଯ୍ୟ । ସଂକ୍ଷେପରେ ଶବ୍ଦ ଲେଖାଯିବ। ଶୁଦ୍ଧ ବ୍ୟାକରଣ …

Leave a Reply

Your email address will not be published. Required fields are marked *