Thursday , September 19 2019
Breaking News
Home / ବିଶେଷ / ଦୁଇଟି ସ୍ଲୁଇସ ଗେଟ୍ ମାଛ ଧରାଳିଙ୍କ କବଜାରେ, ନଦୀ ପାଣି ରେ ଚାଷ ଜମୀ ବୁଡ଼ି ଯାଉଛି –

ଦୁଇଟି ସ୍ଲୁଇସ ଗେଟ୍ ମାଛ ଧରାଳିଙ୍କ କବଜାରେ, ନଦୀ ପାଣି ରେ ଚାଷ ଜମୀ ବୁଡ଼ି ଯାଉଛି –

ତିନି ପଂଚାୟତର ଚାଷୀଙ୍କ ଅଭିଯୋଗ ପରେ ଜିଲାପାଳ ଜୟତଳଙ୍ଗ ସ୍ଲୁଇସ ଗେଟ୍ ଅନୁଧ୍ୟାନ କଲେ 

ପାଟକୁରା, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପାଇକା ନଦୀର ତେଣ୍ଡÿାକୁଡ଼ା ପଂଚାୟତର ଜଇତଳଙ୍ଗ ଠାରେ ଗୋଟିଏ ଓ ସାନନୟନପୁର ଠାରେ ଆଉ ଗୋଟିଏ ଏହିପରି ଦୁଇଟି  ସ୍ଲୁଇସ ଗେଟ ରହିଛି । ଏହି ଦୁଇଟି ସ୍ଲୁଇସ ଗେଟ ରେ ଜଳ ନିସ୍କାସନ ବଦଳରେ  ମାଛଧରାଳିଙ୍କ କବଜାରେ ରହିଛି । ଫଳରେ ଯେଉଁ ଲକ୍ଷ ନେଇ ଏହି ଦୁଇଟି ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲା ,ତାହା ବଦଳରେ ଚାଷ ଜମି ପାଣିରେ ବୁଡ଼ି ଫସଲ ଉଜୁଡ଼ି ଯାଉଛି । କିଛି ମାଛ ଧରାଳି ଚେନ୍ ସାହାଯ୍ୟରେ ଉକ୍ତ ଦୁଇଟି ଗେଟ୍ କୁ ସେମାନଙ୍କ ମନଇଛା ଖୋଲୁଛନ୍ତି ଆଉ ବନ୍ଦକରି ମାଛ  ଧରୁଛନ୍ତି ।  ପ୍ରତିବର୍ଷ ଚାଷୀମାନେ ତହସିଲ ରେ ଅଭିଯୋଗ କରୁଛନ୍ତି କିନ୍ତୁ ଲାଭ କିଛି ହେଉନାହିଁ । ଦିନରେ ଗେଟ ବନ୍ଦ ଥିବାବେଳେ ସନ୍ଧ୍ୟା ହେଲେ ଗେଟ ଖୋଲାଯାଇ ମାଛ ଧରାଯାଉଛି , ଆଉ ସକାଳ ହେଲେ ପୁଣି ବନ୍ଦ କରାଯାଉଛି  । କେତେକ ସମୟରେ ଦିନ ରାତି ଏହି ଗେଟ ଖୋଲି ମାଛ ଧରାଯାଉଛି । ଏ ସମ୍ପର୍କରେ ଆଜି ଗରଦପୁର ବ୍ଲକ୍ ରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଥିବାବେଳେ ତେଣ୍ଡାକୁଡ଼ା, ପଳସୁଧା ଓ ବନ୍ତଳା ଗ୍ରାମ ପଂଚାୟତର ୨୬୧ ଜଣ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲାପାଳ ସମର୍ଥ ବର୍ମାଙ୍କୁ ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ଯେଉଁ ସମୟରେ ପାଇକା ନଦୀର ଜଳସ୍ତର ଅପେକ୍ଷା ମହାନଦୀର ଜଳସ୍ତର ଅଧିକ ଥାଏ , ସେହିସମୟରେ ସାନନୟନପୁର ସ୍ଲୁଇସ ଗେଟ ବାଟେ ମହାନଦୀକୁ ନିସ୍କାସନ ହେବା ସମ୍ଭବ ହେଉନଥିବାରୁ ସେହି ସମୟରେ ଜୟତଳଙ୍ଗ ସ୍ଲୁଇସ ଗେଟ ବାଟେ ଅଶୃଖଳା ଜୋରକୁ ନିସ୍କାସନ କରାଯିବା ବଦଳରେ ମାଛ ଧରାଳିମାନେ ଉପରୋକ୍ତ ଦୁଇଟି ଯାକ ସ୍ଲୁଇସ ଗେଟ କୁ ଚେନ୍ ସାହଯ୍ୟରେ ଖୋଲୁଛନ୍ତି ଆଉ ବନ୍ଦ କରୁଛନ୍ତି । ଫଳରେ ତେଣ୍ଡାକୁଡ଼ା, ବନ୍ତଳା ଓ ପଳସୁଧା ପଂଚାୟତ ଅଧିନରେ ଥିବା ଆଳିଜଙ୍ଗା, ଶଙ୍କରଭୋଳ, ପୁରୁଣାଗୋପିନାଥପୁର, ପୁଟଲିଙ୍ଗ, ଅରାବୋଳ, ଦାଆଁଲ, ରାଆଁଳ, ନରଡ଼ା, ଖରିସାଣ, ରାଏସର,  କହଣା, ଭଦିଳ ,କୁସୁନୁପୁରା ଓ ପଳସୁଧା ଆଦି ରାଜସ୍ୱ ଗ୍ରାମର ହେକ୍ଟର ହେକ୍ଟର ଚାଷ ଜମି ର ଧାନ ଫସଲ ନଷ୍ଟ ହେଉଛି । ଏ ସମ୍ପର୍କରେ ଚାଷୀମାନେ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିବା ପରେ ଜିଲାପାଳ ଶ୍ରୀ ବର୍ମା ଜଇତଳଙ୍ଗ ଠାରେ ଥିବା ସ୍ଲୁଇସ ଗେଟ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ଡ଼୍ରେନେଜ ଡ଼ିଭିଜନ୍ ସହିତ ଯୋଗାଯୋଗ କରାଯାଇ  କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ଜିଲାପାଳ ଙ୍କ ସହିତ ଗରଦପୁର ବିଡ଼ିଓ ଧରଣୀଧର ବେହେରା, ସହକାରୀ ଯନ୍ତ୍ରୀ ସୁଧିର ବେହେରା ଜଇତଳଙ୍ଗ ଥିବା ସ୍ଲୁଇସ ଗେଟ ପରିଦର୍ଶନ  କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *