Saturday , January 25 2020
Breaking News
Home / ବିଶେଷ / ଦାଣ୍ଡିଆ ନାଚି ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଆନ୍ତୁ

ଦାଣ୍ଡିଆ ନାଚି ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଆନ୍ତୁ

ଭୁବନେଶ୍ୱର,୨୮/୦୯/୨୦୧୯ (ଓଡ଼ିଶା ସମାଚାର)-ଗତ ୧୩ ବର୍ଷ ଧରି ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନାଚ ଏବର୍ଷ କଳିଙ୍ଗ ଷ୍ଟାଡ଼ିୟମ ଟ୍ରାଫିକ୍ ଛକ ନିକଟ ଲକ୍ଷ୍ମୀପୂଜା ପଡ଼ିଆରେ ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ଇଂଟରନ୍ୟାସନାଲ ସେଂଟର ପକ୍ଷରୁ ଦାଣ୍ଡିଆ ମହୋତ୍ସବ ରାଜ୍ୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ଜାତୀୟ ସଂହତି ଉଦ୍ଧେଶ୍ୟରେ ଅନୁଷ୍ଠିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେପରି ଓଡ଼ିଶୀ ନୃତ୍ୟ ଜଗନ୍ନାଥଙ୍କ ପ୍ରତି ସମର୍ପିତ ସେହିପରି ଦାଣ୍ଡିଆ ନାଚ ମା’ଦୁର୍ଗା ଓ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ । ନବରାତି୍ର ସମୟରେ ଦାଣ୍ଡିଆ ନାଚି ବହୁ ଲୋକ ମା’ଙ୍କର ଅଦ୍ଭୁତ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଓ ଦେବାଦେବୀ ପୀଠ ସମ୍ପର୍କରେ ୧୦୦ଟି ପ୍ରଶ୍ନ ଉପସ୍ଥିତ ଦର୍ଶକମାନଙ୍କୁ ପଚରା ଯିବା ସହିତ ସଠିକ ଉତରଦାତାଙ୍କୁ ତୁରନ୍ତ ଦାଣ୍ଡିଆ ମଣ୍ଡପରେ ପୁରସ୍କୃତ କରାଯିବ । ଏହା ଆମର ବିଦେଶୀ ସଂସ୍କୃତିକୁ ଲୋପ କରି ଭାରତୀୟ ସଂସ୍କୃତିକୁ ପ୍ରଚାର କରିବା ଉଦ୍ଧେଶ୍ୟରେ କରାଯାଇ ଆସୁଅଛି । ଆଉ ଏକ ନୂତନ କାର୍ଯ୍ୟକ୍ରମ ‘ନିଶା ରାକ୍ଷସ ପୋଡ଼ି’ ପବିତ୍ର ମହାଷ୍ଟମୀ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ସବୁ ପ୍ରକାର ମାଦକ ଦ୍ରବ୍ୟରେ ପ୍ରସ୍ତୁତ ନିଶା ରାକ୍ଷସକୁ ଅତିଥିମାନେ ଅଗ୍ନି ସଂଯୋଗ କରି ପୋଡ଼ିିବେ । ବର୍ତମାନ ସମାଜରେ ସବୁଠୁ ପରିବେଶକୁ ନଷ୍ଟ କରୁଥିବା ଦ୍ରବ୍ୟ ହେଉଛି ନିଶା । ଏହାର ବିନାଶରେ ସମାଜରେ ସୁସ୍ଥ ବାତାବରଣ ତିଆରି ହୋଇପାରିବ । ଦାଣ୍ଡିଆ ମହୋତ୍ସବରେ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେତ ଦିନ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୫ଜଣ ବିଶିଷ୍ଟ ମହିଳାଙ୍କୁ ଶ୍ରୀ ସାମ୍ଭବୀ ପୁରସ୍କାର ପ୍ରଦାନ କରାଯିବ । ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ମା’ ଦୁର୍ଗାଙ୍କର ମହିଷା ମର୍ଦିନୀ ସ୍ତୋତ୍ର ଉପରେ ଆଧାରିତ ଶ୍ଳୋକରେ ଉଦଘାଟନୀ ଦାଣ୍ଡିଆ ନୃତ୍ୟ ପ୍ରଦର୍ଶନ କରାଯିବ । ଏହି ଦାଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ସାହୁ, ଗୀତାଞ୍ଜଳି ପଣ୍ଡା, ଜୟଶ୍ରୀ ଧଳ, ସୁମନ ଦାସ, ସ୍ୱାଗତିକା ନାୟକ, ଜଗବନ୍ଧୁ ଜେନା, ଜୟପ୍ରକାଶ ମିଶ୍ର ପ୍ରମୁଖ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *