Saturday , December 7 2019
Home / ବିଶେଷ / ଦଶିପୁର ପଂଚାୟତର ଉନ୍ନୟନ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ

ଦଶିପୁର ପଂଚାୟତର ଉନ୍ନୟନ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା,୦୪/୧୨/୨୦୧୯(ଓଡ଼ିଶା ସମାଚାର)-ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ  ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଘଟନାରୁ ପ୍ରକାଶ ଯେ  ଦଶିପୁର ଗ୍ରାମର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗ୍ରାମର ଡାକ୍ତରଖାନା ରାସ୍ତା କାର୍ଯ୍ୟ,ବନ୍ଧସାହିର ଏକ ପରିତ୍ୟକ୍ତ ପୋଖରୀରେ ପୁରୁଣା ତୁଠ ଉପରେ ମରାମତି କରାଯାଇ ନୂତନ ନିର୍ମାଣ ହୋଇଥିବା ଦର୍ଶାଇବା,ନଳକୂପ ପ୍ଲାଟଫର୍ମ ଗୁଡିକର ନିର୍ମାଣ କାର୍ଯ୍ୟ ଅତିନିମ୍ନମାନର କରାଯିବା ସହିତ ବିଲ କରାଇନେଇଥିବା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏତଦଭିନ୍ନ ୨ଲକ୍ଷ ଟଙ୍କାର ଜିଲ୍ଲା ପରିଷଦ ପାଣ୍ଠିରୁ ହୋଇଥିବା ରାସ୍ତା କାମ,ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ହୋଇଥିବା ଏକଲକ୍ଷ ଟଙ୍କାର ରାସ୍ତା କାମ ନିମ୍ନମାନର ହୋଇଥିବା  ଅଭିଯୋଗର ତଦନ୍ତ କରିବାକୁ ଗ୍ରାମକୁ  ଆସିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟିକ)ଦେଖିବାକୁ ପାଇଥିଲେ  ଯେ ୨ଲକ୍ଷ ଟଙ୍କାର କାର୍ଯ୍ୟ ନିମନ୍ତେ ଡାକ୍ତରଖାନା ପାଚେରୀରେ ନାମଫଳକ ଲେଖାଯାଇଥିବା ବେଳେ ଏକଲକ୍ଷ ଟଙ୍କାର କୈାଣସି ନାମଫଳକ ନାହିଁ ଏବଂ ଉଭୟ କାର୍ଯ୍ୟ ନିମ୍ନମାନର ହୋଇଛି  । କିନ୍ତୁ ଅଭିଯୋଗକାରୀ ଗ୍ରାମବାସୀମାନେ ଏସମ୍ପର୍କରେ ପଚାରିବାରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟିକ) ମହାଶୟ କହିଲେ ଯେ କାମତ ହୋଇଛି,ମାନର କିଛି ଯାଏ ଆସେ ନାହିଁ । ଏହାଛଡା ସେ କୈାଣସି ପ୍ରକଳ୍ପକୁ ମାପ ମଧ୍ୟ କରିନଥିଲେ ବୋଲି ଅଭିଯୋଗ ହୋଇଛି । ଗ୍ରାମର ଅମୁଲ୍ୟ ମଲ୍ଲିକଙ୍କ ଘର ଠାରୁ ପ୍ରିୟତମ ନାୟକଙ୍କ ଘର ପର୍ଯ୍ୟନ୍ତ ୨ଲକ୍ଷ ଟଙ୍କାର କାର୍ଯ୍ୟ ବୋଲି ଫଳକ ମରାଯାଇଥିବା ବେଳେ ଅମୁଲ୍ୟ ମଲ୍ଲିକଙ୍କ ଘର ଟାରୁ ଏକଶହ ଫୁଟ  ରାସ୍ତା ଛଡାଯାଇ କୈାଣସି କାର୍ଯ୍ୟ କରାଯାଇନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ,ପ୍ରମୋଦ ପଣ୍ଡା,ଅକ୍ଷୟ ସାହୁ,ସନତ ଦାସ ପ୍ରମୁଖ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଭେଟି ଉପରୋକ୍ତ  ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *