Monday , February 24 2020
Home / ବିଶେଷ / ଦଳୁଆଣୀ ଠାରେ ଆମ ପାଠାଗାର ଉଦଘାଟିତ

ଦଳୁଆଣୀ ଠାରେ ଆମ ପାଠାଗାର ଉଦଘାଟିତ

ଗରଦପୁର, ୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ଦଳୁଆଣୀ ଗ୍ରାମର ଛକ ଠାରେ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ‘ଆମ ପାଠାଗାର ‘ଗୃହ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନିକଟରେ ଥିବା ପୀଠ ଦେବ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଠାର ପୂଜାର୍ଚ୍ଚନା କରାଯାଇଥିଲା । ଉଦଘାଟନ ଉତ୍ସବରେ ଗରଦପୁର ବିଡିଓ ଧରଣୀଧର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସୁଧିର କୁମାର ବେହେରା, ବେଡାରୀ ସମିତି ସଭ୍ୟା ଭଗବତୀ ସେଠୀ,ସରପଞ୍ଚ ଗୋକୁଳାନନ୍ଦ ବେହେରା,ପୂର୍ବତନ ସରପଞ୍ଚ ରବିନ୍ଦ୍ରନାଥ ବାରିକ୍‌, ପ୍ରମୁଖ ଉପସ୍ଥିତ ରହି ଥିଲେ । ସରପଂଚ ଗୋକୁଳାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଡିଓ ଶ୍ରୀ ବେହେରା ଉପସ୍ଥିତ ରହି ଗ୍ରାମାଂଚଳ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା,ଗ୍ରାମର ଯୁବକ.ଯୁବତୀ,ଶିକ୍ଷିତ ଲୋକମାନେ ଏହାର ସୁଯୋଗ ନେବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ନିଷ୍ପତି ଅନୁସାରେ ଏହି ପାଠାଗାର ନିର୍ମାଣ କରାଯାଇଥିବା ସମ୍ପର୍କରେ କହିଥିଲେ । ଏହି ଉତ୍ସବରେ ସ୍ଥାନୀୟ ଦଳୁଆଣୀ ଗ୍ରାମବାସୀମାନଙ୍କ ସହିତ ଅଂଚଳର କେତେକ ସଚେତନ ଲୋକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *