Friday , February 28 2020
Breaking News
Home / କୃଷି / ଦଲାଲଙ୍କ ହାତରେ ଧନମଣ୍ଡି ଟୋକନ, ଚାଷୀ ମୁଣ୍ଡରେ ଚଡକ !

ଦଲାଲଙ୍କ ହାତରେ ଧନମଣ୍ଡି ଟୋକନ, ଚାଷୀ ମୁଣ୍ଡରେ ଚଡକ !

ମାହାଙ୍ଗା, ୨୯/୦୧/୨୦୨୦ (ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ବ୍ଲକ ଅଂଚଳରେ ଧାନ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ସରକାର ସିଧା ସଳଖ ମିଲରଙ୍କ ଜରିଆରେ ଧାନ କିଣୁଥିବା କାଗଜ ପତ୍ରରେ କୁହାଯାଉଥିବା ବେଳେ, ବାସ୍ତବରେ କିନ୍ତୁ ଏହି ଧାନ କିଣା ନାଆଁରେ ବ୍ୟାପକ ଦୁର୍ନୀତି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଖୋଦ ସମବାୟ ବିଭାଗର ଅସାଧୁ କର୍ମଚାରୀ ମାନଙ୍କ ସହିତ ହାତ ମିଳାଇ ବେପାରୀ ମାନେ ଖୁଲମ ଖୁଲା ଚାଷୀଙ୍କ ନାଆଁରେ ଟୋକନ ଯୋଗାଡ଼ କରି ବେଶ ମୁନାଫା କମାଉଥିଲା ବେଳେ ପ୍ରକୃତ ଚାଷୀ ଏଯାଏଁ ଧାନ ବିକିବାତ ଦୂରର କଥା, ନିଜ ମୋବାଇଲକୁ କୃଷି ବିଭାଗର ମେସେଜ ପାଇପାରିଲା ନାହିଁ । ମଣ୍ଡିରେ ପ୍ରକୃତରେ ଧାନ ବିକୁଛି କିଏ ? ପଲ୍ଲିସାହି ସେବା ସମବାୟ ସମିତିରେ ଚାରି ପାଳିରେ ପାଖାପାଖି ଅଶିଟି ଟୋକନ ଜରିଆରେ ଧାନ କିଣିଛି ମିଲର । ଏଠାରେ ୩ ଶହରୁ ଉର୍ଦ୍ଧ୍ବ ଚାଷୀ ଅନଲାଇନ ଜରିଆରେ ନିଜ ନିଜ ନାମ ପଞ୍ଜିକୃତ କରିଥିଲେ । ଏମାନଙ୍କ ଭିତରେ ଛୋଟ ଚାଷୀ, ଭାଗଚାଷୀ, ନାମମାତ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଚାଷୀ ରହିଛନ୍ତି । ତେବେ ଜଣେ ଜଣେ ଚାଷୀଙ୍କ ନାଆଁରେ ୩ ତିନି ଥର ଟୋକନ ଆସୁଥିଲାବେଳେ ବହୁ ଚାଷୀଙ୍କୁ ମଣ୍ଡି ଖୋଲିବାର ଏକ ମାସ ବିତିବା ସତ୍ୱେ ମଧ୍ୟ ଟୋକନ ମିଳିପାରିଲା ନାହିଁ । ଯେଉଁ ଚାଷୀ ମଣ୍ଡିକୁ ଧାନ ବିକିବାକୁ ଆସୁଛନ୍ତି ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମଣ୍ଡିରେ କଟନି -ଛଟନି ସାଙ୍ଗକୁ ବେପାରୀଙ୍କ ପାଦୁର୍ଭାବ ଚିନ୍ତାର କାରଣ ହୋଇଛି । କାହା ସାହସରେ ମଣ୍ଡି ବାହାର ପଞ୍ଚାୟତରୁ ବେପାରୀ ଆସି ପଲ୍ଲିସାହି ମଣ୍ଡିରେ ଧାନ ବିକି ପାରୁଛି ଓ ସେମାନଙ୍କ ବେଆଇନି କାରବାରକୁ ସମବାୟ ବିଭାଗ ଆଖି ବୁଜିଦେଇ ସମର୍ଥନ କରୁଛି ତାହାହିଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ସମବାୟ ସମିତି ଜରୀଆରେ ଚାଷୀଙ୍କ ତାଲିକା ପ୍ରସ୍ତୁତ କରି, ଅନଲାଇନ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜିକୃତ କରୁଛିକି ଏହି ଚାଷୀ ମାନେ ଧାନ ବିକି ପାରିବେ । କିନ୍ତୁ କେଉଁ ଚାଷୀ କେମିତି ଟୋକନ ପାଉଛି ଓ ଜଣେ ଜଣେ ଚାଷୀ କିପରି ଲଗାତାର ଟୋକନ ହାତେଇ ନେଉଛନ୍ତି, ଏହାର ରହସ୍ୟ ଏଯାଏଁ ବୁଝିବା କଷ୍ଟକର ବ୍ୟାପାର । ଆଉ ୭ ରୁ ୮ ଟି ବାରି ଭିତରେ ଶହଶହ ଚାଷୀ କିପରି ଧାନ ବିକିବେ ତାକୁନେଇ ଚିନ୍ତାରେ ପଡିଥିବା ବେଳେ ସମବାୟ ବିଭାଗର ଅନଲାଇନ ଟୋକନ ବ୍ୟବସ୍ଥା ପ୍ରହାସନରେ ପରିଣତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଜିଲା କୃଷକ ସଙ୍ଗଠନର ଦାବି

ତାରପୁର, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାର ପ୍ରତ୍ୟେକ ଅଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ସଂଗ୍ରହ କରାଯାଉଥିବାବେଳେ  ଧାର୍ଯ୍ୟ ସମୟ …

Leave a Reply

Your email address will not be published. Required fields are marked *