Sunday , December 8 2019
Home / ବିଶେଷ / ଦରଡ଼ାଗ୍ରାମ ଓ ହାଜିପୁର ପଂଚାୟତରେ ଜିଲାପାଳଙ୍କ ସମୀକ୍ଷା

ଦରଡ଼ାଗ୍ରାମ ଓ ହାଜିପୁର ପଂଚାୟତରେ ଜିଲାପାଳଙ୍କ ସମୀକ୍ଷା

ବିରିଡ଼ି, ୨୫/୦୭/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୋମବାର ଜନଶୁଣାଣୀ ଶିବିର ସାରିବା ପରେ ବିରିଡ଼ି ବ୍ଲକ ଅନ୍ତର୍ଗତ ଦରଡାଗ୍ରାମ ଓ ହାଜିପୁର ପଂଚାୟତ କାର୍ଯ୍ୟାଳୟରେ ପହଂଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଦରଡ଼ା ପଂଚାୟତର ଆୟବ୍ୟୟ, ଭତା, ହରିଶ୍ଚନ୍ଦ୍ର ଯୋଜନା ଓ ବିଭିନ୍ନ ଉନ୍ନୟନକାର୍ଯ୍ୟର ସମୀକ୍ଷା କରିଥିଲେ । ଅଗାମୀ ଦିନରେ ପଂଚାୟତର କିପରି ଆୟ ବଢିବ ସେ ସମ୍ପର୍କରେ ସରପଂଚ ଧନଞ୍ଜୟ ମହାପାତ୍ରଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ହାଜିପୁର ପଂଚାୟତରେ ପହଂଚି ପଂଚାୟତର ଆୟବ୍ୟୟ, କ୍ୟାସବୁକ, ଭତା, ବିଭିନ୍ନ ଉନ୍ନୟନକାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲାପାଳଙ୍କ ସହ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଖାଉଟିବିବାଦ ପ୍ରତିକାର ମଂଚ ଦ୍ୱାରା ବରୋଦା ବ୍ୟାଙ୍କ ଦଣ୍ଡିତ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଶୁକ୍ରବାର ଜଗତସିଂଗପୁର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ମଂଚ ଜାକିର ହୁସେନ୍ ନାମଙ୍କ ଜଣେ …

Leave a Reply

Your email address will not be published. Required fields are marked *