Wednesday , November 20 2019
Breaking News
Home / ବିଶେଷ / ଦକ୍ଷତା ତାଲିମ୍ କେନ୍ଦ୍ରର ସମାବର୍ତନ ଉତ୍ସବ

ଦକ୍ଷତା ତାଲିମ୍ କେନ୍ଦ୍ରର ସମାବର୍ତନ ଉତ୍ସବ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ସହଯୋଗରେ ରାଜଧାନୀ ଇନଷ୍ଟିଚୁ୍ୟଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଭୁବନେଶ୍ୱର ସହିଦନଗରଠାରେ ଥିବା ପ୍ରଶିକ୍ଷଣ କେନ୍ଦ୍ରର ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଲେଇ ମେସିନ୍ ଓ ସୌନ୍ଦର୍ଯ୍ୟ ପ୍ରଶାଧନ ବିଷୟରେ ପ୍ରଶିକ୍ଷଣ ସମାପ୍ତ କରି କୃତିତ୍ୱର ସହିତ ଉତୀର୍ଣ୍ଣ ହୋଇଥିବା ୬୦ଜଣ ଶିକ୍ଷାର୍ଥୀଙ୍କୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ନିୟୋଜନ ଅଧିକାରୀ ରଞ୍ଜନ ମିଶ୍ର, ସହକାରୀ ନିୟୋଜନ ଅଧିକାରୀ ସୁଶାନ୍ତ ପ୍ରଧାନ, ଜୟନ୍ତ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଖୁବ୍ଶୀଘ୍ର ସ୍ଥାନୀୟ ସ୍ତରରେ ନିଯୁକ୍ତି ଦିଆଯିବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ । ଏହି ସ୍ୱଳ୍ପମିଆଦି ଦକ୍ଷତା ପ୍ରଶିକ୍ଷଣ ସେମାନଙ୍କ ଜୀବନକୁ ନୂଆ ଦିଗ୍ଦର୍ଶନ ଦେବ ବୋଲି ପ୍ରଶିକ୍ଷାର୍ଥୀମାନେ ପ୍ରକାଶ କରିଥିଲେ । ଏହି ପ୍ରଶିକ୍ଷଣ ଦ୍ୱାରା ସେମାନେ ବିଭିନ୍ନ ସଂସ୍ଥାରେ ଚାକିରି କରିବାର ସୁଯୋଗ ପାଇବା ସହିତ ଆତ୍ମନିଯୁକ୍ତି ପାଇଁ ବାଟ ଦେଖାଇବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ସୁଶ୍ରୀ ସନ୍ତୋଷୀ ପଣ୍ଡା, ସୁଶ୍ରୀ ଜୋସ୍ନାରାଣୀ ପଣ୍ଡା, ବିରଂଚି ପ୍ରତାପ ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଧେଶକ ଡ. ବିଦ୍ୟାଧର ସାହୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *