Thursday , September 19 2019
Breaking News
Home / ବିଶେଷ / ଥୁଆମୂଳ ରାମପୁର ବ୍ଳକର ପାଂଚ ଗୋଟି ଗ୍ରାମପଂଚାୟତରେ ବିଏସଏନଏଲ ଟାୱାର ଉଦଘାଟିତ

ଥୁଆମୂଳ ରାମପୁର ବ୍ଳକର ପାଂଚ ଗୋଟି ଗ୍ରାମପଂଚାୟତରେ ବିଏସଏନଏଲ ଟାୱାର ଉଦଘାଟିତ

କଳାହାଣ୍ଡି,୧୨/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲାର ଦୁର୍ଗମ ଅଂଚଳ ଥୁଆମୂଳ ରାମପୁର ବ୍ଳକର ପାଂଚଗୋଟି ଗ୍ରାମ ପଂଚାୟତର ପାଂଚଟି ସ୍ଥାନରେ ବିଏସଏନଏଲ ମୋବାଇଲ ଟାୱାର ଉଦଘାଟିତ ହୋଇଯାଇଛି । ଅଂଚଳବାସୀଙ୍କ ଅନେକ ଦିନର ଆଶା ପୂରଣ କରିଛି ବିଏସଏନଏଲ ମୋବାଇଲ ଫୋନ ସେବା । ବର୍ଷବର୍ଷ ଧରି ଥୁଆମୂଳରାମପୁର ବ୍ଳକର ଲୋକମାନେ ମୋବାଇଲ ସେବାରୁ ବଂଚିତ ଥିଲେ । ଅଂଚଳବାସୀ ଦୀର୍ଘ ଦିନରୁ ବ୍ଳକର ପ୍ରତ୍ୟେକ ପଂଚାୟତରେ ବିଏସଏନଏଲ ମୋବାଇଲ ଟାୱାର ପାଇଁ ଦାବିକରି ଆସୁଥିଲେ । ଜିଲ୍ଲା ପରିଷଦ ମୁରଲୀଧର ନାଏକଙ୍କ ପ୍ରୟାସରେ ପାଂଚ ଗୋଟି ଗ୍ରାମପଂଚାୟତ ମହୁଲ ପାଟଣା, ବଡଛତ୍ରଙ୍ଗ, ଗୋପିନାଥପୁର, ଅଡ୍ରୀ ଓ ଗୋପାଳପୁର ଠାରେ ବିଏସଏନଏଲ ମୋବାଇଲ ଟାୱାର ଉଦଘାଟନ ହୋଇଯାଇଛି । ଅଂଚଳବାସୀ ବିଏସଏନଏଲ ମୋବାଇଲ ଓ ଜିଲ୍ଲା ପରିଷଦଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ବିଏସଏନଏଲ ମୋବାଇଲ ଟାୱାର ଗୁଡିକୁ ଉଦଘାଟନ କରିବା ପାଇଁ ଟିଡିଏମ ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବରେ ଆସିଥିବାବେଲେ ତାଙ୍କ ସହିତ ବିଏସଏନଏଲ ଜେଟିଓ ରମାକାନ୍ତ ପରମାଣିକ, ଜେଟିଓ ଜୟନ୍ତ କୁମାର ଦାସ, ଜେଟିଓ ସବ୍ୟସାଚୀ ଦାସ, ଏସଡିଇ ତାରିଣୀ ପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ମୂରଲୀଧର ନାଏକ ଉପସ୍ଥିତ ଥିଲେ । ଶେଷରେ ବିଏସଏନଏଲ ଟିଡିଏମ୍ ରମେଶ ଚନ୍ଦ୍ର ସାହୁ ଅଂଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *