Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ଥାଲାସେମିଆ ରୋଗୀଙ୍କ ଉନ୍ନତ ଚିକିତ୍ସା ଦାବିରେ ଅନଶନ

ଥାଲାସେମିଆ ରୋଗୀଙ୍କ ଉନ୍ନତ ଚିକିତ୍ସା ଦାବିରେ ଅନଶନ

ବାଲେଶ୍ୱର,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା ଜନିତ ସମସ୍ୟା ସାମାଧାନ ଦାବିରେ ‘ଆଚ୍ଛା ସଂଗଠନ’ ପକ୍ଷରୁ ଅନଶନ ଓ ଗଣଧାରଣା ଦିଆଯାଇଥିଲା । ସଂଗଠନର ମୁଖ୍ୟ ବିସ୍ମିତ୍ ରଞ୍ଜନ ଦାସଙ୍କ ନେତୃତ୍ୱରେ ବହୁ ସଦସ୍ୟଙ୍କ ସମେତ ଥାଲାସେମିଆ ରୋଗୀଙ୍କ ପରିବାର ଲୋକେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ବିଶେଷ କରି ଥାଲାସେମିଆ ରୋଗୀଙ୍କୁ ରକ୍ତ ପ୍ରଦାନ କ୍ଷେତ୍ରରେ ଶ୍ୱେତକଣିକା ବାହାର ପରେ ରୋଗୀଙ୍କ ଓଜନ ହିସାବରେ ରକ୍ତ ପ୍ରଦାନ କରିବା, ହେମଗ୍ଲୋବିନ୍ ୮ବା ୯ ବିଶିଷ୍ଟ ରକ୍ତ ପ୍ରଦାନ, ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଦିନରେ ସ୍ପେଶାଲିଟିଙ୍କ ଦ୍ୱାରା ଚିକିତ୍ସା କରାଇବା, ଦିଆଯାଉଥିବା ରକ୍ତର ହେମଗ୍ଲୋବିନ୍ ଇଲେକ୍ଟ୍ରୋଫର୍ସିସ, ସିରମ୍ ଫୋରେଟିନ୍, ଏଚଆଇଭି ଓ ଏକ୍ଟ୍ରସିଭି ପରୀକ୍ଷା ବ୍ୟବସ୍ଥା, ପ୍ରତ୍ୟେକ ୫ ବର୍ଷରେ ହେପାଟାଇଟିସ୍ ବି ଟିକା ପ୍ରଦାନ, ଥାଲାସେମିଆ ରୋଗୀ ପରିବାର ପାଇଁ ପାଉନସେଲିଂ ବ୍ୟବସ୍ଥା ଆଦି ବ୍ୟବସ୍ଥା ପାଇଁ ଧାରଣାକାରୀମାନେ ଦାବି କରିଥିଲେ । ତେବେ ଏ  ସମ୍ପର୍କରେ ବହୁବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କର୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସେମାନେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ଆଚ୍ଛା ସଂଗଠନର ମୁଖ୍ୟ ଶ୍ରୀ ଦାସ କହିଥିଲେ । ଦାବି ପୂରଣ ନେଇ କର୍ତୃପକ୍ଷ ଉଚିତ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ସେ ଚେତାବନୀ ଦେଇଥିଲେ । ତେବେ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡାକ୍ତର ବାନାର୍ଜୀ ପ୍ରସାଦ ଛୋଟରାୟ ଓ ଅଧୀକ୍ଷକ ଡାକ୍ତର ସୁଧୀର ଘୋଷ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ । ଥାଲାସେମିଆ ରୋଗୀଙ୍କ ଚିକିତ୍ସା ଓ ରକ୍ତ ପ୍ରଦାନ କ୍ଷେତ୍ରରେ ସେମାନଙ୍କ ଦାବି ପୂରଣ ନେଇ ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେବା ପରେ ରୋଗୀ ପରିବାର ଓ ଆଛା ସଂଗଠନର କର୍ମକର୍ତାମାନେ ଧାରଣାରୁ ନିବୃତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *